Home Top News ବିଜେପିରେ ବିଭ୍ରାଟ: Ex- ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ Ex- ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ କଟାକ୍ଷ ..

ବିଜେପିରେ ବିଭ୍ରାଟ: Ex- ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ Ex- ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ କଟାକ୍ଷ ..

38

ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ହଟାଇ ଡ. ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ କରାଯାଇଛି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ। ମନମୋହନଙ୍କ ନୂଆ ଟିମରେ ସ୍ମୃତି ପଟ୍ଟନାୟକଙ୍କୁ କେଉଁଠି ସ୍ଥାନ ମିଳିନି। ନୂଆ ଟିମ୍ ଘୋଷଣା ପରଠାରୁ ସ୍ମୃତି ପଟ୍ଟନାୟକ କାହା ସହିତ ସମ୍ପର୍କରୁ ଏକ ପ୍ରକାର ଦୂରେଇ ରହିଥିଲେ। ତେବେ, ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ନେଇ ଶନିବାର ଦିନ ସେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ସୂଚନା ଦେଲେ। ଏହାପରେ ବିଜେପି ସଂଖ୍ୟାଲଘୁ ସେଲ୍ ପୂର୍ବତନ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ କରି ଲେଖିଲେ “ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅପାଙ୍କ ଆଶୁ ଆରୋଗ୍ୟ କାମନା କରୁଛି! ଡେଙ୍ଗୁ ହେଇଛି ବୋଲି ଖବର ପାଇଲି! କଟକିଆ ମଶାଙ୍କ ଏତେ ସାହସ କେବେ ଠୁ ହେଲା ମ’ ..”! ସିକନ୍ଦରଙ୍କ ଏପରି ପୋଷ୍ଟକୁ ନେଇ ଦଳ ଭିତରେ ଅନେକ କାର୍ଯ୍ୟକର୍ତ୍ତା ନାପସନ୍ଦ କରିଛନ୍ତି। ସିକନ୍ଦର ଏପରି ପୋଷ୍ଟ୍ କରି ସ୍ମୃତି ପଟ୍ଟନାୟକଙ୍କୁ କଟାକ୍ଷ, ଥଟା- ପରିହାସ କରିଛନ୍ତି ବୋଲି ଅନେକ ଭାବୁଛନ୍ତି। ସିକନ୍ଦରଙ୍କ ପୋଷ୍ଟ୍ ଉପରେ କଡ଼ା ଜବାବ୍ ଦେଇ ଅର୍ଚ୍ଚନା ମହାନ୍ତି ଲେଖିଛନ୍ତି, “ବିଜେପି ନେତା ମହିଳା ସମ୍ମାନର କଥା ନୀତି ଆଦର୍ଶ ପଢ଼ାନ୍ତି, କିନ୍ତୁ ନିଜ ଦଳର ପୂର୍ବତନ ରାଜ୍ୟ ସଭାନେତ୍ରୀ ସର୍ବୋପରି ନିଜ ଦଳର ମହିଳାଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି।” ସେହିପରି ରଞ୍ଜିତା ନାୟକ ଲେଖିଛନ୍ତି, “ତମେ ଯୋଉ ଦଳର କର୍ମୀ, ସିଏ ମଧ୍ୟ ସେଇ ଦଳର କର୍ମୀ ତା’ ସହିତ ସେ ଜଣେ ନାରୀ। ଜଣେ ମହିଳାଙ୍କୁ ଦେହ ଅସୁସ୍ଥ ସମୟରେ ଏହିପରି ଥଟା କରି ଲେଖିବାଟା ଘୋର ନିନ୍ଦନୀୟ। ତୁମର ଏହି ମନ୍ତବ୍ୟ ଦ୍ବାରା ଭାରତୀୟ ଜନତା ପାର୍ଟିର ବହୁ ପରିମାଣରେ କ୍ଷତି ହୋଉଛି। ଗୋଟେ କର୍ମୀ ହିସାବରେ ଦଳର କ୍ଷତି ହେଲେ ବର୍ଦାସ କରିବୁ ନାହିଁ।” ସେହିପରି ସଞ୍ଜୀବ ଚିନ୍ନାରା ଲେଖିଛନ୍ତି, ତମେ ଯୋଉ ଦଳର କର୍ମୀ, ସ୍ମୃତି ପଟ୍ଟନାୟକ ମଧ୍ୟ ସେଇ ଦଳର କର୍ମୀ। ତା’ ସହିତ ସେ ଜଣେ ନାରୀ। ସେ ଜଣେ ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ। ଜଣେ ମହିଳାଙ୍କୁ ଦେହ ଅସୁସ୍ଥ ସମୟରେ ଏହି ପରି ଥଟା କରି ଲେଖିବାଟା ଘୋର ନିନ୍ଦନୀୟ। ତୁମର ଏହି ମନ୍ତବ୍ୟ ଦ୍ବାରା ଭାରତୀୟ ଜନତା ପାର୍ଟିର ବହୁ ପରିମାଣରେ କ୍ଷତି ହେଉଛି। ଭବିଷ୍ୟତରେ ଏହିଭଳି ପୋଷ୍ଟରୁ ଦୁରେଇ ରୁହନ୍ତୁ”।ବାସ୍ତବରେ ସିକନ୍ଦର ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନ୍ୟତମ ଖାସ୍ ଅନୁଗତ। ସେ ଏପରି କାହିଁକି ଲେଖି ପୋଷ୍ଟ୍ କରିଛନ୍ତି ତାହା ବୁଝି ହେଉନି! ସୂଚନାଯୋଗ୍ୟ ଯେ ମନମୋହନ ସାମଲ ତାଙ୍କ ନୂଆ ଟିମ୍ ଘୋଷଣାରେ ସଂଖ୍ୟାଲଘୁ ସେଲ୍ ସଭାପତି ଘୋଷଣା କରିନାହାଁନ୍ତି। ଅର୍ଥାତ୍ ଉଭୟ ସ୍ମୃତି ଆଉ ସିକନ୍ଦର ଏବେ ଏକ୍ସ୍ – ସଭାପତି ବା ସଭାନେତ୍ରୀ। କଟକ ଜିଲ୍ଲାରେ ବିଜେପି ଭିତରେ ଚାଲିଥିବା ଗୋଷ୍ଠୀ ବିବାଦ ମଧ୍ୟରେ ସ୍ମୃତି ଆଉ ସିକନ୍ଦର ଭିନ୍ନଭିନ୍ନ ଗୋଷ୍ଠୀର ବୋଲି କୁହାଯାଏ। ଉଭୟଙ୍କ ମଧ୍ୟରେ ଆଦୌ ଭଲ ପଡ଼େ ନାହିଁ ବୋଲି ଆଲୋଚନା ହୁଏ। ସେହିପରି ସିକନ୍ଦରଙ୍କ ସହ ଭଲ ସମ୍ପର୍କରେ ଥିବା ମହିଳା ମୋର୍ଚ୍ଚାର ଜଣେ କାର୍ଯ୍ୟକର୍ତ୍ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସ୍ମୃତି ତାଙ୍କୁ ଦାୟିତ୍ୱରୁ ଦୂରେଇ ଦେଇଥିଲେ। ଯେଉଁଥିପାଇଁ ସିକନ୍ଦର କୁଆଡ଼େ ପ୍ରତିଶୋଧ ପରାୟଣ ହୋଇ ରହିଥିଲେ ବୋଲି କୁହାଯାଏ। ତେବେ, ଏ’ ସବୁ ଘଟଣା ଭିତରେ ସିକନ୍ଦର କାହିଁକି ଯେ ସ୍ମୃତିଙ୍କୁ କଟାକ୍ଷ କଲେ ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁ!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.