Home ଅପରାଧ ନାବାଳିକା ଯୁବତୀକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣା : ୪ ଗିରଫ

ନାବାଳିକା ଯୁବତୀକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ ଘଟଣା : ୪ ଗିରଫ

1018

ପାଟନା ୧୬-୯ (ଓଡ଼ିଆ ପୁଅ) : ବିହାରର ପଶ୍ଚିମ ଚମ୍ପାରଣରେ ଜଣେ ୧୮ ବର୍ଷରୁ କମ୍ ଯୁବତୀକୁ ଅପହରଣ ଏବଂ ଗଣ ବଳାତ୍କାର କରିବା ଅଭିଯୋଗରେ ଚାରିଜଣ ଯୁବକଙ୍କ ବିରୁଦ୍ଧରେ ଶନିବାରଦିନ ଏଫଆଇଆର ରୁଜୁ ହୋଇଥିଲା। ପୀଡ଼ିତା ମୁଜଫ୍ଫରପୁର ଆଶ୍ରୟ ଗୃହରୁ ପୂର୍ବରୁ ଉଦ୍ଧାର କରାଯାଇଥିଲା ଏବଂ ସେ ବେତିୟା ସହର ଥାନା ଅନ୍ତର୍ଗତ ନିଜର ସମ୍ପର୍କୀୟଙ୍କ ସହିତ ରହୁଥିଲା। ଏହି ଘଟଣାର ସୂଚନା ମିଳିବା ପରେ, ରବିବାରଦିନ ପୁଲିସ ଯୁବତୀର ଡାକ୍ତରୀ ପରୀକ୍ଷା କରାଇଥିଲା।

ଏହି ଘଟଣାରେ ଏଡିଜି (ପୁଲିସ ମୁଖ୍ୟାଲୟ) ଜିତେନ୍ଦ୍ର କୁମାର କହିଛନ୍ତିଯେ, ବିହାରର ବେତିୟାରେ ଜଣେ ମହିଳା ସହିତ ବଳାତ୍କାର ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କର ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରାଯାଇଥିଲା, ଏବେ ଟତୁର୍ଥ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେ କହିଛନ୍ତିଯେ, ଆଉଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯିବ ସେଥିପାଇଁ ପ୍ରୟାସ ଚାଲୁଛି।

ଏଡିଜି ଜିତେନ୍ଦ୍ର କୁମାର କହିଛନ୍ତିଯେ, ଜାଞ୍ଚ ସମୟରେ ଜଣାପଡ଼ିଲାକି ଅଭିଯୁକ୍ତ ଏବଂ ପୀଡ଼ିତା ପରଷ୍ପରକୁ ପୂର୍ବରୁ ଜାଣିଥିଲେ। ମେଡିକାଲ ରିପୋର୍ଟ ଅନୁସାରେ, ପୀଡ଼ିତା ନାବାଳିକା ଅଟେ। ତା’ର ବୟସ ୧୫-୧୭ ବର୍ଷ ମଧ୍ୟରେ ଅଟେ।

ଆଶ୍ରୟଗୃହର ବାଳିକା ଉପରେ କହିଲେଯେ, ମଇ ୧୮ରେ ମୁଜାଫରରପୁର ରେଲୱେ ଷ୍ଟେସନରେ ମିଳିଥିଲା ଏହି ଝିଅଟି ଏବଂ ୭ ଦିନ ପାଇଁ ତାକୁ ମୁଜାଫରରପୁର ଆଶ୍ରୟ ଗୃହରେ ରଖାଯାଇଥିଲା। ପରେ ତା’କୁ ମୋକାମାକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ଦେଢ଼ ମାସ ପର୍ଯ୍ୟନ୍ତ ରହିଥିଲା। ତାକୁ ଜୁଲାଇ ୧୮ ରେ ଛଡ଼ାଯାଇଥିଲା ଏବଂ ସେ ନିଜର ପରିବାର ସାଥିରେ ରହୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.