Home ଓଡ଼ିଶା ରେଳବାଇର ପୂଜା ଭେଟି : ନବରାତ୍ରରେ ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ – ୨୦୨୨...

ରେଳବାଇର ପୂଜା ଭେଟି : ନବରାତ୍ରରେ ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ – ୨୦୨୨ ସୁଦ୍ଧା ୪୦ଟି ବନ୍ଦେ ଭାରତ ଟ୍ରେନ

320

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତିଯେ, ଦିଲ୍ଲୀ-କଟରା ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ସମାପ୍ତ ହୋଇଛି। ଏହା ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ପୂଜା ଉପହାର ହେବ ଏବଂ ଏହା ନବରାତ୍ରରୁ ଶୁଭାରମ୍ଭ ହେବ। ଏଥିପାଇଁ ସମସ୍ତ ବ୍ୟସ୍ତ ମାର୍ଗଗୁଡ଼ିକୁ ଅପଗ୍ରେଡ କରିବାପାଇଁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟଯେ, ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଯିବା ପାଇଁ ରେଳରେ କଟରା ହୋଉଛି ଶେଷ ଷ୍ଟେସନ। ସେଥିପାଇଁ ଦିଲ୍ଲୀରୁ କଟରା ଯିବାକୁ ପଡ଼ିଥାଏ। ଏଥିପାଇଁ ପୂର୍ବରୁ ତୀର୍ଥଯାତ୍ରୀମାନଙ୍କୁ ୧୨ ଘଣ୍ଟା ସମୟ ଲାଗୁଥିଲା କିନ୍ତୁ ବନ୍ଦେ ଭାରତ ଟ୍ରେନରେ ଏହା କେବଳ ୮ ଘଣ୍ଟାର ସମୟ ଲାଗିବ।

ବନ୍ଦେ ଭାରତ ଟ୍ରେନର ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାବଡ଼ା ରୁଟ୍, ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ସୁଦ୍ଧା ହେବ ବୋଲି ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ପ୍ରକାଶ କରିଛନ୍ତି। ଏତଦ୍ ବ୍ୟତୀତ ୨୦୨୨ ସୁଦ୍ଧା ୪୦ଟି ବନ୍ଦେ ଭାରତ ଟ୍ରେନ ଚାଲିବ। ସେଥିପାଇଁ ନୂଆ ବିଶିଷ୍ଟତା ଉପରେ କାମ କରାଯାଉଛି। ପାରଦର୍ଶିତା ହେବ ଏବଂ ଏହା ଏକ ‘ମେକ ଇନ୍ ଇଣ୍ଡିଆ’ ପରିଯୋଜନା ହେବ ବୋଲି ଶ୍ରୀ ଯାଦବ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.