Home ଓଡ଼ିଶା ୧୦ଟି ସରକାରୀ ବ୍ୟାଙ୍କର ହେବ ମହା ମିଶ୍ରଣ : ଜାଣନ୍ତୁ ଗ୍ରାହକଙ୍କୁ କ’ଣ କରିବାକୁ ପଡ଼ିବ...

୧୦ଟି ସରକାରୀ ବ୍ୟାଙ୍କର ହେବ ମହା ମିଶ୍ରଣ : ଜାଣନ୍ତୁ ଗ୍ରାହକଙ୍କୁ କ’ଣ କରିବାକୁ ପଡ଼ିବ – ଆବଶ୍ୟକୀୟ ଖବର

614

ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ଟି ବ୍ୟାଙ୍କର ମିଶ୍ରଣ କରିବାପାଇଁ ଘୋଷଣା କରିଛନ୍ତି। ଏହା ପରେ ବର୍ତ୍ତମାନ ଥିବା ୨୭ଟି ବ୍ୟାଙ୍କ ଜାଗାରେ କେବଳ ୧୨ଟି ସରକାରୀ ବ୍ୟାଙ୍କ ରହିଯିବ। ବ୍ୟାଙ୍କଗୁଡ଼ିକର ଏହି ମହାମିଶ୍ରଣ ପରେ ଗ୍ରାହକମାନଙ୍କ ଉପରେ ବଡ଼ ପ୍ରବାବ ପଡ଼ିବ, ବିଶେଷ କରି ଯେଉଁମାନଙ୍କର ଏହି ବ୍ୟାଙ୍କଗୁଡ଼ିକରେ ସଞ୍ଚୟ ଖାତା କିମ୍ବା ଫିକ୍ସ୍ଡ ଡିପୋଜିଟ ଅଛି।

– ଅର୍ଥ ବ୍ୟବସ୍ଥା ପାଇଁ ସରକାରଙ୍କର ବଡ଼ ନିଷ୍ପତି : ଅନେକ ବ୍ୟାଙ୍କଗୁଡ଼ିକର ପରସ୍ପର ମଧ୍ୟରେ ହେବ ମିଶ୍ରଣ
– ଏହି ମହାମିଶ୍ରଣ ପରେ ବର୍ତ୍ତମାନର ୨୭ଟି ସରକାରୀ ବ୍ୟାଙ୍କ ଜାଗାରେ ୧୨ଟି ସରକାରୀ ବ୍ୟାଙ୍କ ରହିବ
– ଏହି ମିଶ୍ରଣରେ ସେହି ଗ୍ରାହକମାନଙ୍କ ଉପରେ ପ୍ରଭାବ ପଡ଼ିବ ଯେଉଁମାନଙ୍କର ଏହି ବ୍ୟାଙ୍କଗୁଡ଼ିକରେ ସଞ୍ଚୟ ଖାତା କିମ୍ବା ଫିକ୍ସ୍ଡ ଡିପଜିଟ ଥିବ।
– ଗ୍ରାହକମାନଙ୍କୁ ପ୍ରଥମେ ଚେକବୁକ ବଦଳାଇବାକୁ ପଡ଼ିପାରେ ଏବଂ ତା’ ପରେ ଅନେକ ପରିବର୍ତ୍ତନ ହୋଇପାରେ

୬ଟି ଛୋଟ ସରକାରୀ ବ୍ୟାଙ୍କଗୁଡ଼ିକ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଏବଂ ବିଜୟା ବ୍ୟାଙ୍କ, ଦେନା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦାର ସହିତ ପୂର୍ବରୁ ହିଁ ମିଶ୍ରଣ ହୋଇସାରିଛି।

ନିର୍ମଲା ସୀତରାମଣ କହିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶକୁ ପାଞ୍ଚ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥାକୁ ଆଣିବା ପାଇଁ ନେକ୍ସ୍ଟ ଜେନରେସନ ବ୍ୟାଙ୍କ ହେବା ଜରୁରୀ ଅଟେ।

ତେବେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପରେ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିପାରେ ଜାଣନ୍ତୁ

୧. ବଦଳାଇବାକୁ ହେବ ଚେକବୁକ

ଅନେକ ବ୍ୟାଙ୍କଗୁଡ଼ିକର ମିଶ୍ରଣ ହେବା ପରେ ଯଦି ସମ୍ବନ୍ଧିତ ବ୍ୟାଙ୍କଗୁଡ଼ିକରେ ଆପଣଙ୍କର ଆକାଉଣ୍ଟ ଅଛି ତେବେ ପ୍ରଥମେ ଆପଣ ନିଜର ଚେକବୁକ ବଦଳାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ବର୍ତ୍ତମାନର ଚେକବୁକ ଅବଶ୍ୟ କିଛି ସମୟ ପାଇଁ ମାନ୍ୟ ରହିବ, କିନ୍ତୁ ଅନ୍ତତଃ ତାଙ୍କୁ ସେହି ବ୍ୟାଙ୍କର ଚେକବୁକରେ ବଦଳାଇବାକୁ ପଡ଼ିବ, ଯେଉଁ ବ୍ୟାଙ୍କରେ ମିଶ୍ରଣ ହେବ।

୨. ନେକ୍ସ୍ଟ ଜେନରେସନ ପିଏସବି :

କେଉଁ ବ୍ୟାଙ୍କର ହେବ ମିଶ୍ରଣ କେଉଁ ବ୍ୟାଙ୍କ ସହିତ

ପଂଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ
କାନାରା ବ୍ୟାଙ୍କ ସହିତ ସିଣ୍ଡିକେଟ ବ୍ୟାଙ୍କ,
ୟୁନିଯନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆନ୍ଧ୍ରା ବ୍ୟାଙ୍କ ଏବଂ କରପୋରେସନ ବ୍ୟାଙ୍କ
ଇଣ୍ଡିଆନ୍ ବ୍ୟାଙ୍କ ସହିତ ଆଲାହାବାଦ ବ୍ୟାଙ୍କ

୩. ଆକାଉଣ୍ଟଟ ନମ୍ବର, କଷ୍ଟମର ID ରେ ହେବ ପରିବର୍ତ୍ତନ

ଆପଣଙ୍କୁ ଏକ ନୂଆ ଆକାଉଣ୍ଟଟ ନମ୍ବର ଏବଂ କଷ୍ଟମର ID ମିଳିପାରେ। ଏହା ପକ୍କା କରନ୍ତୁ କି ଆପଣଙ୍କ ଇମେଲ ଆଡ୍ରେସ ଏବଂ ମୋବାଇଲ ନମ୍ବର ବ୍ୟାଙ୍କ ପାଖରେ ଅପଡେଟେଡ ଅଛି କି ନାହିଁ, କୌଣସି ପରିବର୍ତ୍ତନ ହେଲେ ଯେପରିକି ଆପଣଙ୍କୁ ତୁରନ୍ତ ସୂଚନା ମିଳିପାରିବ। ଆପଣଙ୍କ ପାଖରେ ସମସ୍ତ ଆକାଉଣ୍ଟ ID ସହିତ ଟ୍ୟାଗ ହେବ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ଗୋଟିଏ ଆକାଉଣ୍ଟ ବିଜୟା ବ୍ୟାଙ୍କ ଏବଂ ଏକ ଅନ୍ୟ ଦେନା ବ୍ୟାଙ୍କରେ ଅଛି, ତେବେ ଦୁଇଟି ଆକାଉଣ୍ଟ ପାଇଁ ଗୋଟିଏ କଷ୍ଟମର ID ଆଲଟ କରାଯିବ।

୪. ଥାର୍ଡ ପାର୍ଟିଜ ସହିତ ଡିଟେଲ୍ସ ଅପଡେଟ କରିବାକୁ ପଡ଼ିବ

ଯେଉଁ କଷ୍ଟମର୍ସଙ୍କୁ ନୂଆ ଆକାଉଣ୍ଟ ନମ୍ବର କିମ୍ବା IFSC କୋଡ ଆଲଟ କରାଯାଯିବ, ତେବେ ଏହି ଡିଟେଲ୍ସକୁ ବିଭିନ୍ନ ଥାର୍ଡ ପାର୍ଟିଙ୍କ ସହିତ ଅପଡେଟ କରିବାକୁ ପଡ଼ିବ। ଏଥିରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଇନ୍ସୁରାନ୍ସ କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ ଏବଂ ନ୍ୟାସନାଲ ପେନ୍ସନ ସିଷ୍ଟମ (NPS) ସାମିଲ ଅଟନ୍ତି।

୫. ନୂଆ ECS, SIP ନିର୍ଦ୍ଦେଶ

ମର୍ଜର ପରେ ଏଣ୍ଟିଟିକୁ ସମସ୍ତ ଇଲେକ୍ଟ୍ରନିକ କ୍ଲିୟରିଂଗ ସର୍ଭିସ (ECS) ନିର୍ଦ୍ଦେଶଗୁଡ଼ିକ ଏବଂ ପୋଷ୍ଟ ଅପଡେଟେଡ ଚେକକୁ କ୍ଲିୟର କରିବାକୁ ପଡ଼ିବ। ନିଜର ବ୍ୟାଙ୍କ, ଫଣ୍ଡ ହାଉସ ଏବଂ ଇନ୍ସୁରାନ୍ସ କମ୍ପାନୀଗୁଡ଼ିକୁ ସଂପର୍କ କରି ନୂଆ ECS ନିର୍ଦ୍ଦେଶ ଜାରୀ କରନ୍ତୁ।

ଆବଶ୍ୟକ ହୋଇପାରେ କି ଆପଣଙ୍କୁ ECS ରେ ସମ୍ବନ୍ଧିତ ଫର୍ମ ଅନଲାଇନ କିମ୍ବା ନିଜର ବ୍ରାଞ୍ଚ ଜରିଆରେ ଭରିବାକୁ ହେବ। ଅଟୋ ଡେବିଟ କିମ୍ବା ସିଷ୍ଟେମୈଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) ପାଇଁ ଆପଣଙ୍କୁ ନୂଆ SIP ରଜିଷ୍ଟ୍ରେସନ ଏବଂ ଇଂସ୍ଟ୍ରକ୍ଶନ ଫର୍ମ ଭରିବାକୁ ପଡ଼ିପାରେ। ଏମିତି କି ଲୋନର ଇଏମଆଇ ପାଇଁ ମଧ୍ୟ କରିବାକୁ ପଡ଼ିବ।

୬. ବନ୍ଦ ହୋଇପାରେ ଲୋକାଲ ବ୍ରାଞ୍ଚ

ବ୍ୟାଙ୍କର କିଛି ବ୍ରାଞ୍ଚ ବନ୍ଦ ହୋଇପାରେ ଏବଂ କଷ୍ଟମର୍ସଙ୍କୁ ନୂଆ ବ୍ରାଞ୍ଚକୁ ଯିବାକୁ ପଡ଼ିପାରେ। ଉଦାହରଣ ସ୍ୱରୁପ, ଆପଣ ବର୍ତ୍ତମାନ ହୋମ ବ୍ରାଞ୍ଚ ଏପରି ସ୍ଥିତିରେ ବନ୍ଦ ହୋଇପାରେ ଯଦି ଆକ୍ଵାୟାର କରୁଥିବା ବ୍ୟାଙ୍କର ନିଜ ବ୍ରାଞ୍ଚ ନିକଟରେ ଅଛି। ନିଜର ବ୍ରାଞ୍ଚ ପାଇଁ ଲାଗୁ ନୂଆ IFSC ଏବଂ MICR କୋଡର ଧ୍ୟାନ ରଖିବେ, କାରଣ ଆପଣଙ୍କୁ ଫଣ୍ଡ ଟ୍ରାନ୍ସଫର ଏବଂ ଅନ୍ୟ ଫାଇନାସିଆଲ୍ ଟ୍ରାନ୍ଜାକ୍ସନ ପାଇଁ ଏଗୁଡ଼ିକର ଆବଶ୍ୟକତା ହେବ।

୭. ଡିପଜିଟ, ଲେଡିଙ୍ଗ ରେଟରେ ପରିବର୍ତ୍ତନ ହେବ ନାହିଁ

ଅଫିସିଆଲ ମର୍ଜର କ୍ଷେତ୍ରରେ ଆକ୍ଵାୟାର କରୁଥିବା ବାଙ୍କ ତରଫରୁ ଅଫର କରାଯାଉଥିବା ଫିକ୍ସ୍ଡ ଡିପଜିଟ ରେଟ ଲାଗୁ ହେବ। ଅବଶ୍ୟ, ବର୍ତ୍ତମାନର ଫିକ୍ସ୍ଡ ଡିପୋଜିଟରେ ମ୍ୟାଚୁରିଟି ପର୍ୟ୍ୟନ୍ତ ସ୍ଥିର ଇନ୍ଟ୍ରେଷ୍ଟ ମିଳିବ। ଏହିପରି ଭାବରେ ଲୋନ ଉପରେ ଇଣ୍ଟରେଷ୍ଟ ରେଟ ମଧ୍ୟ ବାସ୍ତବିକ ଏଗ୍ରୀମେଣ୍ଟ ଅନୁସାରେ ଅପରିବର୍ତ୍ତିତ ରହିବ। ହୋମ ଲୋନ ପାଇଁ ବର୍ତ୍ତମାନର ଇଂଟ୍ରେଷ୍ଟ ରେଟ ସେ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ, ଯେଉଁ ପର୍ଯ୍ୟନ୍ତ ନୂଆ ଏଣ୍ଟିଟି ଇଂଟ୍ରେଷ୍ଟ ରେଟରେ ପରିବର୍ତ୍ତନ କରିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.