Home ଓଡ଼ିଶା ଇନିସ୍‌ପେକ୍ଟର ପ୍ରଫୁଲ କୁମାର ସାହୁ ସରକାରୀ ଚାକିରିରୁ ବହିଷ୍କୃତ – କିନ୍ତୁ କାହିଁକି ?

ଇନିସ୍‌ପେକ୍ଟର ପ୍ରଫୁଲ କୁମାର ସାହୁ ସରକାରୀ ଚାକିରିରୁ ବହିଷ୍କୃତ – କିନ୍ତୁ କାହିଁକି ?

578

ଭୁବନେଶ୍ୱର ୩୧-୮ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ ସହ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରୀ କାର୍ଯ୍ୟରେ ବିନା ଅନୁମତିରେ ଅନୁପସ୍ଥିତ ରହିବା କାରଣରୁ ଇନିସ୍‌ପେକ୍ଟର ପ୍ରଫୁଲ କୁମାର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି।

ଓଡିଶା ସର୍ଭିସ କୋର୍ଡ ଧାରା ୭୨(୨) ଅନୁସାରେ ଇନିସ୍‌ପେକ୍ଟର ସାହୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଛି। ତା ୩୧.୦୭.୨୦୧୧ ରିଖ ଦିନ ଶ୍ରୀ ସାହୁଙ୍କୁ ବଦଳି ହୋଇଥିବା ବଲାଙ୍ଗୀର ଜିଲ୍ଲାରେ ଯୋଗଦାନ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ପୋଲିସ ଜିଲ୍ଲାରୁ ତାଙ୍କୁ ଭାରମୁକ୍ତ କରାଯାଇଥିଲା। କିନ୍ତୁ ଶ୍ରୀ ସାହୁ ଅସୁସ୍ଥତା କାରଣ ଦର୍ଶାଇ ବଦଳି ସ୍ଥାନରେ ଯୋଗଦାନ କରିନଥିଲେ। ତାଙ୍କ ଅସୁସ୍ଥତା ଓ ଚିକିତ୍ସା ସପକ୍ଷରେ ମଧ୍ୟ ସେ କୌଣସି ଡାକ୍ତରି ପ୍ରମାଣ ପତ୍ର ପ୍ରଦାନ କରିନଥିଲେ। ସେ ମଧ୍ୟ ଏ ବାବଦରେ ବିଭିନ୍ନ ସମୟରେ ପଠାଯାଇଥିବା କାରଣ ଦର୍ଶାଅ ନୋଟିସ ଗୁଡିକ ଜାଣିଶୁଣି ଏଡାଇ ଯାଇଥିଲେ। ପୁନଶ୍ଚ ଶ୍ରୀ ସାହୁ ନିର୍ଦ୍ଦେଶ ମୁତାବକ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜାଣିଶୁଣି ହାଜର ହୋଇନଥିଲେ। ଏ ସବୁ ଦୃଷ୍ଟିରୁ ଓଡିଶା ସର୍ଭିସ କୋର୍ଡର ଉପରୋକ୍ତ ଧାରା ଆଧାରରେ ଇନିସ୍‌ପେକ୍ଟର ସାହୁଙ୍କୁ ସରକାରୀ ଚାକିରିରୁ ତତ୍କାଳ ବହିଷ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.