ad
Coronavirus Outbreak

କରୋନା ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧର କ୍ଲିନିକାଲ୍ ଟ୍ରାଏଲର ମିଳିଲା ଭଲ ରେଜଲ୍ଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। କରୋନା ମହାମାରୀକୁ ଏଡ଼ାଇବା ପାଇଁ ବିଶ୍ୱବ୍ୟାପୀ ଅନେକ ଦେଶ ଭ୍ୟାକ୍ସିନ୍ (ଟିକା) ପରୀକ୍ଷଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତରେ ଆୟୁର୍ବେଦିକ ପ୍ରଣାଳୀରେ କରୋନା ସଂକ୍ରମଣର ଚିକିତ୍ସାର କ୍ଲିନିକାଲ୍ ପରୀକ୍ଷାରେ ଭଲ ଫଳାଫଳ ଦେଇଛି। ତିନୋଟି ଡାକ୍ତରଖାନାରେ ଚାଲିଥିବା କ୍ଲିନିକାଲ ପରୀକ୍ଷଣର ମଧ୍ୟବର୍ତ୍ତୀ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣର ଚିକିତ୍ସାରେ ଇମ୍ୟୁନୋଫ୍ରି ଏବଂ ରେଜିନ୍ୟୁମନ୍ ନାମକ ଆୟୁର୍ବେଦିକ ମେଡିସିନ ମିଶ୍ରଣର ପ୍ରଭାବ ଜାଣିବା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି। ରିପୋର୍ଟ ଅନୁଯାୟୀ, ସରକାରଙ୍କ ଦ୍ୱାରା ପରିଚାଳିତ ପାରମ୍ପାରିକ ଚିକିତ୍ସା ଅପେକ୍ଷା ଏହି ମିଶ୍ରଣକୁ ଅଧିକ ପ୍ରଭାବଶାଳୀ ବିବେଚନା କରାଯାଇଛି। ଇମ୍ୟୁନୋଫ୍ରି କୋରିଭାଲ୍ ଲାଇଫ୍ ସାଇନ୍ସର ଏକ ଔଷଧ ହୋଇଥିବାବେଳେ ରେଜିନ୍ୟୁମନ୍ ବାୟୋଗେଟିକା ଔଷଧ। ଏଥିସହ ବିଭିନ୍ନ ପରୀକ୍ଷଣ ଯେପରିକି ସି- ରିଆକ୍ଟିଭ୍ ପ୍ରୋଟିନ୍, ପ୍ରୋକ୍ଲୋସିଟୋନିନ୍, ଡି ଡାୟମର୍ ଏବଂ ଆରଟି- ପିସିଆରରେ ମଧ୍ୟ ପାରମ୍ପାରିକ ଚିକିତ୍ସା ତୁଳନାରେ ପ୍ରାକୃତିକ ଉପଶମରୁ ୨୦ ରୁ ୬୦ ପ୍ରତିଶତ ସୁଧାର ଦେଖିବାକୁ ମିଳିଛି। ପ୍ରାକୃତିକ ଚିକିତ୍ସା ଶରୀରରେ ଯନ୍ତ୍ରଣା ଏବଂ ଥକ୍କାପଣକୁ ମଧ୍ୟ ହ୍ରାସ କରିଛି।

ରିପୋର୍ଟ ଅନୁଯାୟୀ, କରୋନା ରୋଗୀଙ୍କୁ ପ୍ରାକୃତିକ ଏବଂ ପାରମ୍ପାରିକ ପଦ୍ଧତିରେ ଚିକିତ୍ସା କରାଗଲା। ପ୍ରାକୃତିକ ପଦ୍ଧତିରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ୫ ଦିନ ମଧ୍ୟରେ ୮୬.୬୬ ପ୍ରତିଶତ ରୋଗୀଙ୍କ ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଆସିଲା। ଯେତେବେଳେ କି ପାରମ୍ପାରିକ ଉପାୟରେ ଚିକିତ୍ସିତ ହେଉଥିବା ୬୦% ରୋଗୀଙ୍କର ଟିପୋର୍ଟ ନେଗେଟିଭ୍ ଆସିଥିଲା। /- ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top