Home ଜିଲ୍ଲା ପରିକ୍ରମା ଶ୍ରମ ଦପ୍ତର ରେ ଧାରଣା ୮ମ ଦିନରେ ପ୍ରଶାସନ ନିଧଡକ

ଶ୍ରମ ଦପ୍ତର ରେ ଧାରଣା ୮ମ ଦିନରେ ପ୍ରଶାସନ ନିଧଡକ

43

ପୁରୀ, ୨୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଜିଲା ମଣ୍ଡଳ ଶ୍ରମ ଆୟୁକ୍ତ ଙ୍କ ଦୁର୍ନୀତି ଗ୍ରସ୍ତ ଲାଂଚ ଖୋର େଓଲଫେୟାର କୋଡିନେଟର ଙ୍କ ମନ ମାନି ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ନିର୍ମାଣ ଶ୍ରମିକ ସେମାନଙ୍କ ପ୍ରାପ୍ୟ ପାଇବାରୁ ବଂଚିତ। ଲାଂଚ ନ ଦେଲେ ସେମାନଙ୍କ ଫାଇଲ ଗାଏବ କରି ଦେଉଛନ୍ତି। ଅଫିସ ରେ କୌଣସି ନୀତି କାମ କରେନା। ଅଫିସର ନିରବ ଦ୍ରଷ୍ଟା। ୨୦୧୫ ମସିହାରୁ ଲୋକଙ୍କୁ ସହାୟତା ମିଳୁନି। ୪୩୭୨ ପଞିକରଣ ଫାଇଲ ଉଈଲାଗିଲାଣି। ଲାଂଚ ନେଇ ରାତି ରାତି େଓଲଫେୟାର କୋଡିନେଟର କାର୍ଡ କରୁଛନ୍ତି। କାର୍ଡ ରେ ପଇସା ସହାୟତା ରେ ପଇସା ନବୀକରଣ ରେ ପଇସା ନେଉଛନ୍ତି। ତାଙ୍କୁ ବଦଳି କରିବା ଓ ଦୁର୍ନୀତି ର ତଦନ୍ତ କରିବାକୁ ଦାବି କରିଛି ପୁରୀ ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ କମିଟି। ଏହି ଦାବି ନେଇ ପୂର୍ବ ରୁ କମିଶନର ଙ୍କୁ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ ସୁଫଳ ନ ମିଳିବାରୁ ପୁରୀ ଶ୍ରମ ଦପ୍ତର ରେ ଧାରଣା ୮ ଦିନ ହେଲା ଅବ୍ୟାହତ ରହିଛି। କୌଣସି ଅଫିସର ଆଲୋଚନା କୁ ନଆସିବାରୁ ସ୍ପଷ୍ଟ ହୋଇଛି ଯେ, ସମସ୍ତେ ଦୁର୍ନୀତି କୁ ଘଂଟ ଘୋଡାଉଛନ୍ତି ବୋଲି ଉପଦେଷ୍ଟା ତଥା ସିଆଇଟିୟୁ ନେତା ଶରତ କୁମାର ରାୟଗୁରୁ କହିଛନ୍ତି। ଜ୍ଞାନ ରଞନ ଦାସ, ସତ୍ୟ ମନ୍ୟୁ ପ୍ରଧାନ, ସ୍ମୃତି ରଞନ ଦାସ, ବିପିନ ରାଉତ, କମଳ ନାରାୟଣ ରଥ, ମିଟୁ ମହାପାତ୍ର, ମହେଶ୍ୱର ମହାରଣା, ତନୁଲତା ଚାଟୋଇ ପ୍ରମୁଖ ଦାବି ପୂରଣ ନହେଲେ ଧାରଣା ଅବ୍ୟାହତ ରହିବ ବୋଲି କହିଛନ୍ତି ଏହି ପ୍ରସଙ୍ଗ ରେ ଜିଲାପାଳ ଙ୍କୁ ପୂର୍ବରୁ ଅବଗତ କରାଯାଇଛି ଓ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ ସେ ନିରବ ରହିବା ଆଶ୍ଚର୍ଯ୍ୟ ଜନକ ବୋଲି ଶ୍ରମିକ ନେତା ମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.