Home ଓଡ଼ିଶା ବକେୟା ଅର୍ଥ ପୈଠ ନକରି ଲୁଚି ପଳାଉଥିଲା ଠିକା ସଂସ୍ଥା ଟିପିଏଲ୍‌, ଧରିପକାଇଲେ ଠିକା ଶ୍ରମିକ

ବକେୟା ଅର୍ଥ ପୈଠ ନକରି ଲୁଚି ପଳାଉଥିଲା ଠିକା ସଂସ୍ଥା ଟିପିଏଲ୍‌, ଧରିପକାଇଲେ ଠିକା ଶ୍ରମିକ

157

ଯୋଡା, ୨୮/୦୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ପ୍ରଜେକ୍ଟ ଲିଃ (ଟିପିଏଲ୍‌) ନାମକ ଆନ୍ଦ୍ରପ୍ରଦେଶର ଏକ ଠିକା ସଂସ୍ଥା ଯୋଡାରେ ଥିବା ଟାଟା ଷ୍ଟିଲ କମ୍ପାନୀ ଅଧିନ ଖଣ୍ଡବନ୍ଧ ଲୌହ ଖଣିରେ ବେନିଫିକେସନ ପ୍ଲାଣ୍ଟର ସମ୍ପ୍ରସାରଣ କାର‌୍ୟ୍ୟ ଠିକା ନେଇ କିଛି ବର୍ଷ ହେବ କରିଆସୁଥିଲା । ତେବେ କାର‌୍ୟ୍ୟଟି ସରିଯିବା ପରେ ଶତାଧିକ ଶ୍ରମିକ ଏବଂ ଏହି ଠିକା ସଂସ୍ଥା ଅଧିନରେ କାର‌୍ୟ୍ୟ କରୁଥିବା ଛୋଟ ଛୋଟ ଠିକାଦାରମାନଙ୍କର ଅର୍ଥ ପୈଠକରିନପାରି ମଙ୍ଗଳବାର ଲୁଚି ପଳାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଶ୍ରମିକ ଓ ଠିକା ସଂସ୍ଥା ମିଳିତ ଭାବେ ଗୋଟିଏ ଟ୍ରକରେ ଅଫିସର ଆସବାବପତ୍ର ବୋଝେଇ ହେଉଥିବା ବେଳେ ଟ୍ରକଟିକୁ ଅଟକ ରଖିଥିଲେ । ଏବଂ ଏଥିôରେ ବୋଝେଇ ହୋଇଥିବା ସମସ୍ତ ଆସବାବପତ୍ରକୁ ଓହ୍ଲାଇଦେଇଥିଲେ । ତେବେ ଏହି କମ୍ପାନୀର ଏଚ୍‌.ଆର.ଭାବେ କାର‌୍ୟ୍ୟରତ ସତ୍ୟରଞ୍ଜନ ରାଉତଙ୍କୁ ସେମାନେ ଦୀର୍ଘ ସମୟ ଧରି ଘେରାଉ କରିରଖିଥିଲେ । କାର‌୍ୟ୍ୟାଳୟର ସମସ୍ତ ନଥିପତ୍ର ଚତୁରତାର ସହିତ ଏହି କମ୍ପାନୀ ସ୍ଥାନାନ୍ତରିତ କରିଦେଇଥିବା ବେଳେ କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଆସବାବପତ୍ର ସ୍ଥାନାନ୍ତରିତ କରିପାରିନଥିଲେ । ସୂଚନା ଯୋଗ୍ୟ, ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରମିକମାନଙ୍କର ପି.ଏଫ୍‌. ଅର୍ଥ ପୈଠ କରିନଥିବା ବେଳେ ଛୋଟ ଛୋଟ ଠିକାଦାରଙ୍କର ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପୈଠନକରି ଲୁଚିପଳାଇବାକୁ ବସିଥିଲା । ଏ ସଂକ୍ରାନ୍ତରେ ବାରମ୍ବାର ଯୋଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ବରଂ କମ୍ପାନୀକୁ ପରୋକ୍ଷରେ ସହଯୋଗ କରି ଲୁଚି ପଳାଇବାକୁ ସୁଯୋଗ ଦେଇଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଟିପିଏଲ୍ ର ମାନବ ସମ୍ବଳ ଅଧିକାରୀ ସତ୍ୟରଞ୍ଜନ ରାଉତ ସୂଚନା ଦେଇଛନ୍ତି ଯେ, ଆଜି ସନ୍ଧ୍ୟା ସୁଦ୍ଧା ଶ୍ରମିକମାନଙ୍କର ସମସ୍ତ ପି.ଏଫ୍‌. ଅର୍ଥ ପୈଠ କରାଯିବ ଏବଂ ଯେଉଁ ଠିକାଦାରମାନେ ତାଙ୍କର ଜିଏସ୍‌ଟି ପୈଠ କରିଛନ୍ତି ସେମାନଙ୍କ ପ୍ରାପ୍ତ ଆସନ୍ତା ଅକ୍ଟୋବର ମାସ ୭ ତାରିଖରେ ପୈଠ କରାଯିବ ବୋଲି ସୂଚନା ଦେଇଛନ୍ତି । ବାରମ୍ବାର ଏହିପରି ପ୍ରତିଶ୍ରୁତି କମ୍ପାନୀ ଅଧିକାରୀମାନେ ଦେଉଥିବାରୁ ଏହାକୁ ଶ୍ରମିକ ଏବଂ ଠିକାଦାରମାନେ ଭରସା କରିପାରୁନାହାନ୍ତି । ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି ଯେ, ପ୍ରାପ୍ତ ନପାଇବା ପର‌୍ୟ୍ୟନ୍ତ କୌଣସି ସାମଗ୍ରୀ କିମ୍ବା ଅଧିକାରୀମାନଙ୍କୁ ବାହାରକୁ ଯିବାକୁ ଦେବେନାହିଁ । ଖବର ଲେଖାଯିବା ପର‌୍ୟ୍ୟନ୍ତ ଯୋଡା ଏସ୍‌.ବି.ଆଇ. ପଛପଟେ ଥିବା ଏହି କମ୍ପାନୀର କାର‌୍ୟ୍ୟାଳୟ ସମ୍ମୁଖରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.