Home Top News ବିଜେପି ରାଜ୍ୟ ପଦାଧିକାରୀ ଟିମ୍ ଘୋଷିତ ..

ବିଜେପି ରାଜ୍ୟ ପଦାଧିକାରୀ ଟିମ୍ ଘୋଷିତ ..

92

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଆଜି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ତାଲିକାରେ ୩୫ ଜଣଙ୍କ ନାମ ରହିଛି। ଜାରୀ ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବା ବେଳେ ସଙ୍ଗଠନ ସମ୍ପାଦକଙ୍କୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକ ରହିଛନ୍ତି। ଉପସଭାପତି ଭାବରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ ଏବଂ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ନାମ ରହିଛି। ସାଧାରଣ ସମ୍ପାଦକ ଭାବରେ ଶାରଦା ପ୍ରସାଦ ଶତପଥି, ଡ. ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟେ, ସୀମାଞ୍ଚକ ଖଟେଇ ଏବଂ ସମ୍ପାଦକ ଭାବରେ ରମେଶ ଚନ୍ଦ୍ର ସାହୁ, ଟଙ୍କଧର ତ୍ରିପାଠୀ, ନବୀନ ରାମ, ସିପ୍ରା ବାଜପେୟୀ, ଅଭିମନ୍ୟୁ ସେଠୀ, ସରୋଜ କୁମାର କର, ଡ. କୃଷ୍ଣଚନ୍ଦ୍ର ମହାପାତ୍ର, କସ୍ତୁରୀ ମିଶ୍ର, ପୂର୍ଣ୍ଣିମା ନାୟକ, ଇରାଶିଷ ଆଚାର୍ଯ୍ୟଙ୍କ ନାମ ରହିଛି। କୋଷାଧ୍ୟକ୍ଷ ଭାବରେ ସୁଦର୍ଶନ ଗୋଏଲ, ଯୁଗ୍ମ କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ, କାର୍ଯ୍ୟାଳୟ ସମ୍ପାଦକ ଦେବେନ୍ଦ୍ର କୁମାର ନନ୍ଦ ଏବଂ ସୋସିଆଲ୍ ମିଡିଆ ପ୍ରଭାରୀ ଭାବରେ ଉମାକାନ୍ତ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି।ସେହିପରି ବିଭିନ୍ନ ମୋର୍ଚ୍ଚା ମଧ୍ୟରେ ଯୁବ ମୋର୍ଚ୍ଚା ସଭାପତି ଭାବରେ ଅଭିଳାଷ ପଣ୍ଡା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବରେ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, କୃଷକ ମୋର୍ଚ୍ଚା ସଭାପତି ଭାବରେ ମହେଶ୍ୱର ସାହୁ, ଏସ୍‌ଟି ମୋର୍ଚ୍ଚା ପାଇଁ ନିତ୍ୟାନନ୍ଦ ଗଣ୍ଡ, ଏସ୍‌ସି ମୋର୍ଚ୍ଚା ସଭାପତି ବିଭୁପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ସଭାପତି ଭାବରେ ସୁରଥ ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.