Home ଅପରାଧ ଜାଲିୟାନ ବାଲା ବାଗ କାଣ୍ଡ: ଦଣ୍ଡବତ ହୋଇ ଭୁଲ ମାଗିଲେ ବ୍ରିଟିଶ ଆର୍କ ବିଷପ

ଜାଲିୟାନ ବାଲା ବାଗ କାଣ୍ଡ: ଦଣ୍ଡବତ ହୋଇ ଭୁଲ ମାଗିଲେ ବ୍ରିଟିଶ ଆର୍କ ବିଷପ

463

ନୂଆଦିଲ୍ଲୀ: ଚର୍ଚ୍ଚ ଅଫ ଇଂଲଣ୍ଡର ଆର୍କ ବିଷପ ଅମୃତସର ଜାଲିୟାନ ବାଲା ବାଗ ସ୍ମାରକୀ ନିକଟରେ ଯାଇ ଦଣ୍ଡବତ ହୋଇ କ୍ଷମା ମାଗିଛନ୍ତି।ଚର୍ଚ୍ଚ ଅଫ ଇଂଲଣ୍ଡର ୧୦୫ ତମ ଆର୍କ ବିଷପ ଜଷ୍ଟିନ ବେଲ୍ବବି ଭାରତ ଗସ୍ତରେ ଆସିଥିବା ସମୟରେ ଅମୃତସରରେ ବ୍ରିଟିଶ ଶାସକଙ୍କ ଦ୍ଵାରା ଘଟିଥିବା ଜାଲିୟାନ ବାଲା ବାଗ ନରସଂହାର ଘଟଣାକୁ ନେଇ କ୍ଷମା ମାଗିଛନ୍ତି।ବିଷପ ଜାଲିୟାନ ବାଲା ବାଗ ସ୍ମାରକୀ ନିକଟରେ ଯାଇ ଦଣ୍ଡବତ ହୋଇ କ୍ଷମା ମାଗିଛନ୍ତି।ବିଷପ କହିଛନ୍ତି ସେହି ନରସଂହାର ଘଟଣା ପାଇଁ ସେ ଅତ୍ୟନ୍ତ ଦୁଃଖୀ ଏବଂ ଲଜ୍ଜିତ।ଏହା ସହ ସେମାନଙ୍କ ଦ୍ବାରା କରା ଯାଇଥିବା ଭୟାନକ ଅତ୍ୟାଚାର ପାଇଁ କ୍ଷମା ପାର୍ଥନା ପୂର୍ବକ ଏକ ପ୍ରାର୍ଥନା ପଢ଼ିଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.