Home ଓଡ଼ିଶା ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା

132

ନୂଆପଡ଼ା,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ୧୨ ଘଣ୍ଟିଆ କୁଚିଣ୍ଡା ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ହୋଇଯାଇଛି।

ଏହାସହ ଆନ୍ଦୋଳନକାରୀମାନେ ବିଭିନ୍ନ ଛକରେ ପିକେଟିଂ କରି ୩୫୩ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତା ଉପରେ ଶହ ଶହ ଗାଡି ମୋଟର ଅଟକି ରହିଛି। ବସ ଚଳାଚଳ କରୁନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ବନ୍ଦକୁ ବିଭିନ୍ନ ରାଜନୈତିକ ସଙ୍ଗଠନ, ବଣିକ ସଂଘ ଓ ବରିଷ୍ଠ ନାଗରିକ ସମର୍ଥନ ଜଣାଇଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.