Home ଓଡ଼ିଶା ପୁଣି ବୁହା ହେଲେ ରୋଗୀ

ପୁଣି ବୁହା ହେଲେ ରୋଗୀ

85

ରାୟଗଡ଼ା,୧୧/୦୯,(ଓଡ଼ିଆ ପୁଅ ପି ନାଏକ): ପୁଣି ଦୋଳାରେ ବୁହାହେଲେ ରୋଗୀ । ରାୟଗଡା ଜିଲ୍ଲାର ବରଜାଖାଲ ଗାଁରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ଏହି ଦୟନୀୟ ଦୃଶ୍ୟ । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ତେଣୁ ଦୋଳା ସାହାଯ୍ୟରେ ଟାଇଫଏଡ ରୋଗୀଙ୍କୁ ପ୍ରାୟ ୫ କିଲୋମିଟର ବୋହିନେଇଛନ୍ତି ପରିବାର ଲୋକ ।ସୂଚନାଯୋଗ୍ୟ ଯେ, ଗାଁର ତିଲାଇ ମାଝୀ ଅସୁସ୍ଥ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଗାଁକୁ ବାଟ ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ପରିବାର ଲୋକ ତାଙ୍କୁ ବୋହି ବାଫଲାମାଳି ପାହାଡ ତଳକୁ ଆଣିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗାଁର ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏପରିକି ଗତ ନିର୍ବାଚନରେ ଭୋଟ୍ ବର୍ଜନ କରିଥିଲେ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.