Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣନାୟକ ଙ୍କ ୧୧୯ତମ ଜୟନ୍ତୀ ଉତ୍ସବ ପାଳିତ

ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣନାୟକ ଙ୍କ ୧୧୯ତମ ଜୟନ୍ତୀ ଉତ୍ସବ ପାଳିତ

140

ମାଲକାନଗିରି,୨୨ା୧୧(ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣନାୟକଙ୍କ ୧୧୯ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ,  ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନାଙ୍କ ପୌରହିତରେ  ଅନୁଷ୍ଟିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଡିଏଫଓ ପ୍ରଦୀପ ଦେବଦାସ ମିରୋସ,ଉପଜିଲ୍ଲାପାଳ ରାମେଶ୍ୱରପ୍ରଧାନ,ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ମାନସ କୁମାର ମିଶ୍ର,ପୌପରିଷଦ ନିର୍ବାହି ଅଧିକାରୀ ଏମ.ନିଳକଣ୍ଠ ନାଇଡୁ,ଓଡିଶା ସାହିତ୍ୟଏକାଡେମୀ ସଦସ୍ୟ ରତ୍ନାକରଦାଶ,ପଡିଆ ମହାବିଦ୍ୟାଳୟ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ସମାଜସେବୀ ଭାସ୍କର ବେହେରା,ଦୁର୍ଯ୍ୟଧନପାତ୍ର ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶହୀଦ ଲକ୍ଷ୍ଣନାୟକ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାଧୀନତା ଆନ୍ଦୋଳଳନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଅତ୍ୟନ୍ତ ମହାନଥିଲା,ତାଙ୍କ ଦେଶପ୍ରେମ ସଂପର୍କରେ କହି ସ୍ମୁତିଚାରଣ କରିଥିଲେ ।

  ପ୍ରଥମେ ମହାବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ସଂଗୀତ ଗାନକରିଥିଲେ ଏହି ଅବସର ରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ,ଅଧ୍ୟାପିକା, ଅଧ୍ୟାପକ ବୁଦ୍ଧି ଜିବୀ ମାନେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ବହୁମିଖି ପ୍ରତିଭା ସଂପର୍କରେ ଆଲୋକପାତ କରି ସ୍ମୁତିଚାରଣ କରିଥିଲେ । ଶହୀଦ ଲକ୍ଷମଣ ନାୟକ ଙ୍କ ଜୟନ୍ତୀ ଉପଲକ୍ଷେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଯାଇଥିବା ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନକରିଥିଲେ । ଏହି ଅବସରେ ଅଧ୍ୟାପକ ପ୍ରଶାନ୍ତ କୁମାର ସତପଥୀ,କୃଷ୍ଣଚନ୍ଦ୍ର ସେଠୀ,ଶ୍ରୀକାନ୍ତ ସାମଲ,ଶୋଭା ଚୌଧୁରୀ ଓ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ରଜଂନ ମହାନ୍ତି, ଜୋସ୍ନାମୟୀ ଆଚାର୍ଯ୍ୟ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହା ବ୍ୟତିତ ତାଙ୍କ ଜନ୍ମସ୍ଥାନ ତେନ୍ତୁଲିଗୁମ୍ମା, ସହ ମାଥିଲି, ବୈପାରିଗୁଡା, ଗୋବିନ୍ଦପାଲି, ଖଇରପୁଟ, ବାଲିମେଳା,କୋରକୁଣ୍ଡା,କାଲିମେଳା,ପଡିଆ, ମୋଟୁ ବିଭିନ୍ନ ସ୍ଥାନରେ ଶହୀଦ ବୀର ଲକ୍ଷ୍ଣଣନାଏକ ଙ୍କ ଜୟୟନ୍ତୀ ପାଳିତ ହୋଇ ଯାଇଛି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.