ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କ୍ୟାପଟେନ ବିରାଟ କୋହଲି ନିଜେ ଟ୍ୱିଟ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ବିରାଟ କୋହଲି ଟ୍ୱିଟ୍ କରି କହିଛନ୍ତି, “ଆମେ ଆପଣ ମାନଙ୍କୁ ଜଣାଇ ଖୁସି ଅନୁଭବ କରୁଛୁ ଯେ ଆଜି ଅପରାହ୍ନରେ ମୁଁ ଏବଂ ଅନୁଷ୍କା ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ। ଆମେ ଆପଣ ମାନଙ୍କର ଭଲ ପାଇବା, ଶୁଭ କାମନା ଏବଂ ଆଶୀର୍ବାଦ ପାଇଁ କୃତଜ୍ଞ। ଉଭୟ ଅନୁଷ୍କା ଏବଂ ଝିଅ ସୁସ୍ଥ ଅଛନ୍ତି। ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭ ନେଇ ଆମେ ବହୁତ ଖୁସି। ଆମେ ଆଶା କରୁଛୁ ଆପଣ ଆମର ଗୋପନୀୟତାକୁ ସମ୍ମାନ କରିବେ।”
[email protected]
— Virat Kohli (@imVkohli) January 11, 2021