Home ଓଡ଼ିଶା ରଣପୁର ବନାଞ୍ଚଳ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୨ କୋର୍ଟ ଚାଲାଣ

ରଣପୁର ବନାଞ୍ଚଳ ରିଜର୍ଭ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ୨ କୋର୍ଟ ଚାଲାଣ

62

ନୟାଗଡ/୧୧/୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳ ମାଳ ରିଜର୍ଭ ଜଙ୍ଗଲରୁ ଶାଗୁଆନ ଗଛ ଚୋରି ନେଇ ବନ ବିଭାଗ ଉଦ୍‌ବେଗ ପ୍ରକାଶ କରୁଥିଲେ । ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥି ଏଥିପ୍ରତି ଦୃଷ୍ଟି ଦେଇ ଫରେଷ୍ଟର ସତ୍ୟବାନ ସାହୁ ଙ୍କୁ ସତର୍କ ଦୃଷ୍ଟି ରଖିବାକୁ ନିଦେର୍ଶ ଦେଇଥିଲେ । ଗତ ୧୦ତାରିଖ ରେ ଫରେଷ୍ଟର ସତ୍ୟବାନ ସାହୁ ୨ଗୋଟି ଶାଗୁଆନ ଗଛ କାଟୁଥିବା ବେଳେ ୨ଜଣ ଯୁବକ ଙ୍କୁ ଗିରଫ କରିଥିଲେ ।

ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଓଡପଲ୍ଲା ଗ୍ରାମର ବାବୁଲି ପରିଡା ଓ ତେଲିପାଟଣା ଗ୍ରାମର ସନ୍ତୋଷ ପରିଡା  । ଗିରଫ ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଫରେଷ୍ଟର ସତ୍ୟବାନ ସାହୁଙ୍କ କହିବା ଅନୁଯାଇ ସେମାନଙ୍କ ଠାରୁ ଜବତ ଶାଗୁଆନ କାଠର ମୂଲ୍ୟ ଆନୁମାନିକ ୧୦ହଜାର ଟଙ୍କା ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.