Home ଓଡ଼ିଶା ଅମରନାଥ ଯାତ୍ରା ପରେ ମାଛିଲ ମାତା ଯାତ୍ରା ମଧ୍ୟ ରଦ୍ଦ, ଯାତ୍ରୀମାନଙ୍କୁ ଫେରିବା ପାଇଁ କୁହାଗଲା

ଅମରନାଥ ଯାତ୍ରା ପରେ ମାଛିଲ ମାତା ଯାତ୍ରା ମଧ୍ୟ ରଦ୍ଦ, ଯାତ୍ରୀମାନଙ୍କୁ ଫେରିବା ପାଇଁ କୁହାଗଲା

173

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଶୁକ୍ରବାରଜିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର ଖୁଲାସା କରିଥିଲେ। କିଶ୍ତବାଡ଼ର ଡେପୁଟି କମିଶନର ଅଂଗରେଜ ସିଂହ ରାଣା କହିଛନ୍ତି କି ଶନିବାର ଦିନ ସୁରକ୍ଷା କାରଣରୁ ଜାମ୍ମୁ-କାଶ୍ମୀରର କିଶ୍ତବାଡ଼ରେ ୪୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ମାଛିଲ ମାତା ଯାତ୍ରା ମଧ୍ୟ ସ୍ଥଗିତ କରିଦିଆଯାଇଛି। ଶ୍ରଦ୍ଧାଳୁମାନନଙ୍କୁ ଯାତ୍ରା ନକରିବା ପାଇଁ କୁହାଯାଇଛି। ଏହା ବ୍ୟତୀତ ଯେଉଁମାନେ ଯାତ୍ରାପାଇଁ ବାହାରି ପଡ଼ିଛନ୍ତି ସେମାନେ ଫେରିଯିବାକୁ କୁହାଯାଇଛି।

ସମଗ୍ର ଦେଶରୁ ହଜାର ହଜାର ଲୋକ ଏହି ଯାତ୍ରାରେ ସାମିଲ ହେବାପାଇଁ ଘାଟୀ ପହଁଚିଛନ୍ତି। ଏହି ସ୍ଥାନ ନୀଳ ଖଣି ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ। ତୀର୍ଥଯାତ୍ରୀ ଏହି ଯାତ୍ରାକୁ ସମ୍ପୂର୍ଣ୍ଣ କରିବା ପାଇଁ ୩୦ କିମି ଲମ୍ବା ରାସ୍ତା ଯାତ୍ରା କରିଥାନ୍ତି। ମା’ ଦୁର୍ଗାଙ୍କର ପୂଜା ପାଇଁ କିଶ୍ତବାଡ଼ର ମାଛିଲ ଗ୍ରାମ ଆସିଥାନ୍ତି। ଏହି ଯାତ୍ରା ୨୫ ଜୁଲାଇରୁ ଆରମ୍ଭ ହୋଇଛି ଏବଂ ୫ ସେପ୍ଟେମ୍ବରରେ ସମାପ୍ତ ହେବାରଥିଲା।

ଏକ ଦଶକ ପୂର୍ବରୁ ଆତଙ୍କମୁକ୍ତ ଘୋଷିତ ହୋଇଥିଲା କିଶ୍ତବାଡ଼

କିଶ୍ତବାଡ଼କୁ ଏକ ଦଶକ ପୂର୍ବରୁ ହିଁ ଆତଙ୍କମୁକ୍ତ ଘୋଷିତ କରାଯାଇଥିଲା। ଗତ ବର୍ଷ ନଭେମ୍ବର ଏଠାରେ ଭାରତୀୟ ଜନତା ପାର୍ଟିର ପ୍ରଦେଶ ସଚିବ ଅନିଲ ପରିହାର ଏବଂ ତାଙ୍କର ଭାଇ ଅଜୀତ ପରିହାର ଙ୍କର ହତ୍ୟା ପରେ କ୍ଷେତ୍ରରେ ଭୟର ମାହୌଲ ବନିଥିଲା। ଏପ୍ରିଲ ରେ ହୋଇଥିଲା ଅନ୍ୟ ଘଟଣାରେ ଆରଏସଏସର ନେତା ଚନ୍ଦ୍ରକାନ୍ତ ଶର୍ମା ଏବଂ ତାଙ୍କର ସୁରକ୍ଷାକର୍ମୀଙ୍କୁ ମାରି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.