Home ଓଡ଼ିଶା ଏବେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଦେବ ଲୋନ : ସ୍ମଲ ଫାଇନାନ୍ସ ବ୍ୟାଙ୍କ...

ଏବେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଦେବ ଲୋନ : ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବରେ କରିବ କାମ

227

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ପୋଷ୍ଟ ଅଫିସ୍ ଏବେ ସେଭିଙ୍ଗ୍ସ ଆକାଉଣ୍ଟ ଏବଂ ଫିକ୍ସ୍ଡ ଡିପୋଜିଟ ପରି ବ୍ୟାଙ୍କିଙ୍ଗ ସେବା ଦେବା ବ୍ୟତୀତ ଲୋନ ମଧ୍ୟ ଦେବ। ଏବେ ଆବଶ୍ୟକ ପଡ଼ିଲେ ଆପଣ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (IPPB) ରୁ ମଧ୍ୟ ଲୋନ ନେଇ ପାରିବେ। ଏହି କାରଣରୁ ଡାକ ବିଭାଗ ଏଥିରେ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ପରିଣତ କରିବାକୁ ନିଷ୍ପତି ନେଇଛି। ଏହି ଗ୍ରାହକମାନଙ୍କୁ ଛୋଟ କରଜ ଦିଆଯାଇପାରିବ। IPPB ରେ ବର୍ତ୍ତମାନ ସେଭିଗ୍ସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ଖୋଲି ପାରିବେ, ଗ୍ରୁପ ଟର୍ମ ଇନସୁରେନ୍ସ, ବିଲ ପେମେଂଟ୍ସ ଏବଂ ରିଚାର୍ଜ, ରେମିଟାନ୍ସେସ୍ ଆଣ୍ଡ ଫଣ୍ଡ ଟ୍ରାନ୍ସଫର, ଡୋରଷ୍ଟେପ ବ୍ୟାଙ୍କିଙ୍ଗ, DoP ପ୍ରଡକ୍ଟ ପେମେଣ୍ଟ ଏବଂ ଡାଇରେକ୍ଟ ବେନିଫିଟ ଟ୍ରାଂନ୍ସଫରର ସୁବିଧା ଅଛି।

୧ ସେପ୍ଟେମ୍ବର ୨୦୧୮ ରେ ହୋଇଥିଲା ଲଞ୍ଚ

IPPB କୁ ୧ ସେପ୍ଟେମ୍ବର ୨୦୧୮ କୁ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ଗ୍ରାମୀଣ ଅଞ୍ଚଳରେ ବ୍ୟାକିଙ୍ଗ ସୁବିଧା ସହଜରେ ପହଁଚିବା ପରେ ସହ ଉପଲବ୍ଧ କରାଇବା। ଦେଶରେ IPPB ର ବ୍ୟତୀତ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ, FINO ପେମେଂଟ୍ସ ବ୍ୟାଙ୍କ ଏବଂ ପେଟିଏମ ପେମେଂଟ୍ସ ବ୍ୟାଙ୍କ ଅପରେସନାଲ୍ ଅଟନ୍ତି।

କେତେକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ମଧ୍ୟ ଦେଉଛନ୍ତି ଲୋନ

ଦେଶରେ ବର୍ତ୍ତମାନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ସେଭିଙ୍ଗ୍ସସ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, FD, RD, ଲୋନ, ମ୍ୟୁଚୁଆଲ ଫଣ୍ଡ, ଇଂନସୁରେନ୍ସ, ରେମିଟେନ୍ସ ପରି ସେବା ଦେଉଛନ୍ତି। ଏହି ସମୟରେ ୧୦ଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଦେଶରେ ଅପରେସନାଲ ଅଛନ୍ତି। Au ସ୍ମଲ ଫାଇନାନ୍ସ ବ୍ୟାଙ୍କ, କ୍ୟାପିଟଲ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଫିନକେୟର ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଇକ୍ଵିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ESAF ସ୍ମଲ ଫାଇନାନ୍ସ ବ୍ୟାଙ୍କ, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ନର୍ଥ ଇଷ୍ଟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉପଲବ୍ଧ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.