Home ଆନ୍ତର୍ଜାତୀୟ ଛକା ମାରି ଜିତାଇଲେ ସୁନ୍ଦର : ଫ୍ଲୋରିଡା ଟି-୨୦ ରେ ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ୍...

ଛକା ମାରି ଜିତାଇଲେ ସୁନ୍ଦର : ଫ୍ଲୋରିଡା ଟି-୨୦ ରେ ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ୍ କୁ ୪ ୱିକେଟରେ ହରାଇଲା

383

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍ ର ଟିମ ୨୦ ଓଭରରେ ୯ ୱିକେଟରେ ୯୫ ରନ ବନାଇଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୭.୨ ଓଭରରେ ବିଜୟ ହାସଲ କରିଛି। ଭାରତର ପ୍ରାରମ୍ଭ ମଧ୍ୟ ଖରାପ ଥିଲା। ସୁସ୍ଥ ହୋଇ ଫେରିଥିବା ଶିଖର ଧାୱନ କେବଳ ୧ ରନ କରି ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ମଧ୍ୟ ୨୪ ରନ ବନାଇ ସୁନୀଲ ନରେନଙ୍କର ଶିକାର ହୋଇଥିଲେ। ତାଙ୍କ ଆଗ ବଲ୍ ଉପରେ ଋଷଭ ପନ୍ତ ମଧ୍ୟ ଆଉଟ ହୋଇଗଲେ। ଭାରତକୁ ଚତୁର୍ଥ ଝଟକା ମନୀଷ ପାଣ୍ଡେ ଥିଲେ। ସେ ୧୯ ରନରେ ଆଉଟ ହୋଇଥିଲେ। ତା’ର ପରେ ବିରାଟ କୋହଲୀ ମଧ୍ୟ ୧୯ ରନର ନିଜର ସ୍କୋରରେ ପାଭିଲିୟନ ଫେରିଥିଲେ। ତା’ ପରେ କ୍ରୁଣାଲ ପଣ୍ଡ୍ୟା ୧୨ ରନ କରି ଆଉଟ ହୋଇଥିଲେ। ଅବଶ୍ୟ ଶେଷରେ ସୁନ୍ଦର ଛକ୍କା ଲଗାଇ ମ୍ୟାଚ୍ ଜିତାଇଥିଲେ। ଜାଡେଜା ୧୦ ରନରେ ନଟ୍ ଆଉଟ୍ ରହିଥିଲେ।

ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜ୍ ପ୍ରଥମେ ଦୁଇ ଓଭରରେ ଦୁଇଟି ୱିକେଟ ହରାଇଥିଲା। ପ୍ରଥମେ ଓଭରରେ ୱାଶିଂଗଟନ ସୁନ୍ଦର କୈମ୍ବେଲଙ୍କୁ ଶୂନ୍ୟରେ ଆଉଟ କରିଥିଲେ। ଆଗ ଓଭରରେ ଭୁବନେଶ୍ଵର କୁମାର ଲୁଈସଙ୍କୁ ନିଜର ଶିକାର ବନାଇଥିଲେ। ତା’ ପରେ ନବଦୀପ ସୈନୀ ପଞ୍ଚମ ଓଭରରେ ନିକୋଲସ ପୂରନ ଏବଂ ହେଟମାୟରଙ୍କୁ ଆଉଟକରିଥିଲେ। ଷଷ୍ଠ ଓଭରରେ ଖଲୀଲ ଅହମ୍ମଦ ରୋବମ୍ୟାନ ପୱେଲଙ୍କୁ ୪ ରନ ରେ ଆଉଟ କରିଥିଲେ। ପୋଲାର୍ଡ ଏବଂ ବ୍ରେଥବେଟ କ୍ରୀଜ ଉପରେ ତିଷ୍ଠିବାକୁ ଚେଷ୍ଟା କରିଥିଲେ କିନ୍ତୁ ୧୫ତମ ଓଭରରେ କ୍ରୁଣାଲ ବ୍ରେଥୱେଟଙ୍କୁ ଆଉଟ କରି ଦେଲେ। ଆଗ ଓଭରରେ ଜାଡେଜା ନରେନଙ୍କୁ ୨ ରନରେ ଆଉଟ କରି ଇଣ୍ଡିଜ କୁ ସପ୍ତମ ଝଟକା ଦେଇଥିଲେ। ଶେଷ ଓଭରରେ ଭୁବନେଶ୍ଵର ଏବଂ ସୈନୀ କମାଲ କରିଥିଲେ। ଭୁବନେଶ୍ଵର କୀମୋ ପଲ ଏବଂ ଶେଷ ଓଭରରେ ସୈନୀ ପୋଲାର୍ଡଙ୍କୁ ୪୯ ରନରେ ଆଉଟ କରିଥିଲେ। ସୈନୀ ସବୁଠାରୁ ଅଧିକ ୩ ୱିକେଟ ନେଇଛନ୍ତି। ଭୁବୀଙ୍କୁ ଦୁଇ ୱିକେଟ ମିଳିଛି।

ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ୍ – ଶିଖର ଧବନ, ରୋହିତ ଶର୍ମା, ବିରାଟ କୋହଲୀ, ମନୀଷ ପାଣ୍ଡେ, ଋଷଭ ପନ୍ତ, କ୍ରୁଣାଲ ପାଣ୍ଡ୍ୟା, ରବୀଦ୍ର ଜାଡେଜା, ଭୁବନେଶ୍ଵର କୁମାର, ୱାଶିଙ୍ଗଟନ ସୁନ୍ଦର, ନବଦୀପ ସୈନୀ, ଖଲୀଲ ଅହମ୍ମଦ

ୱେଷ୍ଟ ଇଣ୍ଡିଜ୍ ର ପ୍ଲେଇଙ୍ଗ ଇଲେଭେନ୍ – ଜନ କୈମ୍ପବେଲ, ଏବିନ ଲୁଈସ, ନିକୋଲସ ପୂରନ, ଶେମରନ ହେଟମାୟର, କାୟରଲ ପୋଲାର୍ଡ, ରୋବମ୍ୟାନ ପାୱେଲ, କାର୍ଲୋସ ବ୍ରେଥୱେଟ, ସୁନୀଲ ନରେନ, କୀମୋ ପଲ, ଶେଲ୍ଡନ କଟରେଲ, ଓଶାନେ ଥମସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.