Home ଓଡ଼ିଶା ଟାୱାର ଉପରେ ଚଢ଼ିଗଲା, କହିଲା ଡେଇଁ ପଡ଼ିବି: ପ୍ରଭାସଙ୍କ କ୍ରେଜି ଫ୍ୟାନ୍

ଟାୱାର ଉପରେ ଚଢ଼ିଗଲା, କହିଲା ଡେଇଁ ପଡ଼ିବି: ପ୍ରଭାସଙ୍କ କ୍ରେଜି ଫ୍ୟାନ୍

1521

ଚେନାଇ: ସିନେ ତାରକା ମାନଙ୍କର ଅନେକ ଫ୍ୟାନ୍ସ (ପ୍ରଶଂସକ) ଥାଆନ୍ତି।ତେବେ, ତା’ ଭିତରେ ଥାଆନ୍ତି କିଛି କ୍ରେଜି ଫ୍ୟାନ୍।ଯିଏ କି ନିଜ ପ୍ରିୟ ଷ୍ଟାରଙ୍କ ଗୋଟିଏ ଝଲକ ପାଇବା କିଛି ବି କରି ବସନ୍ତି।ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି।ଏପରି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜନଗାଁଓ ଜିଲ୍ଲାର ଯଶବନ୍ତପୁରା ଅଞ୍ଚଳରେ।ଗୁଗୁଲୋଥୁ ବେଙ୍କନ୍ନାହ ନାମକ ପ୍ରଭାସ (ବହୁବଳୀ ଫ୍ରେମ)ଙ୍କର ଜଣେ ପାଗଳ ପ୍ରଶଂସକ ଏକ ସେଲଫୋନ୍ ଟାୱାର ଉପରେ ଚଢ଼ି ଯାଇଥିଲା।ପ୍ରଭାସଙ୍କୁ ନ’ ଦେଖିଲେ ଟାୱାରରୁ ଡେଇଁ ପଡ଼ିବାର ଧକମ ଦେଇଥିଲା।ଯେତେ ବୁଝାଇଲେ ବୁଝିଲାନି।ସେଇ ଗୋଟିଏ ଜିଦି।ପ୍ରଭାସଙ୍କୁ ଏଠିକି ଡାକ।ମୁଁ ତାଙ୍କୁ ଥରେ ଦେଖିବି।ଯୁବକ ଜଣଙ୍କୁ ବୁଝାଇବାକୁ ନାକେଦମ ହୋଇ ଯାଇଥିଲେ ଲୋକ।ବହୁ କଷ୍ଟରେ ବୁଝାସୁଝା କରି ତାଙ୍କୁ ତଳକୁ ଅଣା ଯାଇଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.