Home କୋରାପୁଟ ଦରମା ନ ପାଇ କାର୍ଯ୍ୟବନ୍ଦ କଲେ ହସପିଟାଲର ସୁରକ୍ଷାକର୍ମି ଓ ଝାଡୁଦାର

ଦରମା ନ ପାଇ କାର୍ଯ୍ୟବନ୍ଦ କଲେ ହସପିଟାଲର ସୁରକ୍ଷାକର୍ମି ଓ ଝାଡୁଦାର

403

କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନିୟୋଜିତ ସୁରକ୍ଷାକର୍ମି , ସହାୟକ ଓ ଝାଡୁଦାରମାନେ ମାସ ମାସ ଦରମା ପାଇ ନ ଥିବାରୁ ଆଜି ହସପିଟାଲରେ ସମ୍ମୁଖରେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଥିଲେ ।ଘଟଣାସ୍ଥଳରେ ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ଓ ହସପିଟାଲ ମ୍ୟାନେଜର ପହଂଚି ବୁଝାସୁଝା କରିଥିଲେ କିନ୍ତୁ ଦରମା ଦେବାକୁ ସେମାନେ ଦାବି କରିଥିଲେ ।ଆଉଟସୋର୍ସିଂର ଏମଡିଙ୍କ ସହ କୋରାପୁଟଠାରେ ଆଜି ଆଲୋଚନା କରାଯାଇ ଦରମା କିପରି ପ୍ରଦାନ କରାଯିବ ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଅଧିକ୍ଷକ ଡାକ୍ତର ଦଳେଇ କହିବା ପରେ ଆନେ୍ଦାଳତ କର୍ମଚାରୀମାନେ ଆନେ୍ଦାଳନରୁ ଓହରିଯାଇଥିଲା ।ଆମ ପାଖରେ ଅର୍ଥ ନାହିଁ କିଏ ଦରମା ଦେବ ତାହା ଆଲୋଚନା କରାଯିବ ବୋଲି ଅଧିକ୍ଷକ ଡାକ୍ତର ଦଳେଇ ସୂଚନା ଦେଇଥିଲେ ।ସଦର ମହକୁମା ଡାକ୍ତରଖାନା ସହ ଆଉଟସୋର୍ସିଂ ସଂସ୍ଥାର ଚୁକ୍ତି ହୋଇଥିବାରୁ କୋରାପୁଟ ସିଡିଓମଓ ହିଁ ଦରମା ଦେବା କଥା କିନ୍ତୁ ଏ ପରିସ୍ଥିତିରେ କଣ ହୋଇଛି ମୁଁ ଆଲୋଚନା କରି ସମାଧାନ କରିବି ବୋଲି ସେ ପ୍ରକାଶ କରିଥିଲେ । ଆମ୍ଭେ ୪ମାସ ଦରମା ପାଇନାହୁଁ ତେଣୁ କାର୍ଯ୍ୟବନ୍ଦ କଲୁ ବୋଲିଆଶାଜ୍ୟୋତି କୁଲଦୀପ ପ୍ରକାଶ କରିଥିଲେ ।ଏପରିକି ଅନ୍ୟମାନେ ୯ ମାସ ହେଲା ଦରମା ପାଇନାହାନ୍ତି କିପରି ପରିବାର ପୋଷଣ କରିବୁ ତାହାକୁ ନେଇ ଏବେ ଚିନ୍ତାରେ ରହିଥିବା ବେଳେ କର୍ତୂପକ୍ଷ ଓ ଏମଡିଙ୍କ ୁ କହିଲେ ଇଛା ହେଲେ ଚାକିରୀ କର ନହେଲେ ଛାଡି ଦ୍ଖଶ ବୋଲି କହୁଥିବା ସେ ଅଭିଯୋଗ କରିଥିଲେ ।ଏତେ ଦିନ ହେଲା ଚାକିରୀ କରିଲୁଣି ଏବେ କେଉଁଠାକୁ ଯିବୁ ବୋଲି ସେ ପ୍ରଶ୍ନ କରିଥିଲେ ।ଦରମା ପାଇ ଜିଲ୍ଲାପାଳଙ୍କଠାରୁ ନେଇ ହସପିଟାଲ କର୍ତୂପକ୍ଷଙ୍କୁ ଜଣେଇଲୁ କିନ୍ତୁ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ ବୋଲି ସୁରକ୍ଷାକର୍ମି ରଘୁନାଥ ମାଝି ପ୍ରକାଶ କରିଥିଲେ ।ତୁରନ୍ତ ଦରମା ପ୍ରଦାନ କର ନହେଲେ ଆସନ୍ତାଦିନରେ ଆନେ୍ଦାଳନ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.