Home ଜିଲ୍ଲା ପରିକ୍ରମା ମଦ ମୃତ୍ୟୁ ପରେ ଶବ ରଖି ରାଜ୍ୟ ରାଜପଥ ଅବରୋଧ,ବିଜେପି ନେତାଙ୍କ ପ୍ରତିଶୃତି ପରେ ଅବରୋଧ...

ମଦ ମୃତ୍ୟୁ ପରେ ଶବ ରଖି ରାଜ୍ୟ ରାଜପଥ ଅବରୋଧ,ବିଜେପି ନେତାଙ୍କ ପ୍ରତିଶୃତି ପରେ ଅବରୋଧ ହଟିଲା

2

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଥାନା ଅର୍ନ୍ତଗତ ଟିଲୋ ତେଲି ସାହି ଗ୍ରାମର ଅଙ୍କୁର ଚରଣ ପାତ୍ରଙ୍କ ଏକମାତ୍ର ପୁଅ ଜଗନ୍ନାଥ ପାତ୍ର(୪୩)ଙ୍କ ଦେଶୀ ମଦ ପାନ କରି ଅସୁସ୍ଥ ହେବା ପରେ ଦୀର୍ଘ ୨୦ ଦିନ ଧରି କଟକ ବଡ ଡାକ୍ତରଖାନାରେ ଚିକିିତ୍ସିତ ହେଉଥିଲେ । ଆଜି ସକାଳେ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଚଂଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଆଜି ମୃତ ଦେହ ଗାଁରେ ପହଚିଂବା ପରେ ଶୋକ ଓ ଆକ୍ରୋଶରେ ଗ୍ରାମବାସୀ ମାନେ ଶବ ରଖି ତେଲିସାହି ହନୁମାନ ଛକ ନିକଟରେ ଭଦ୍ରକ- ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଭଦ୍ରକ-ଆନନ୍ଦପୁର ମଧ୍ୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହି ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ସମାଜସେବୀ ଇଂ. ସୁଧାଂଶୁ ଶେଖର ନାୟକ, ଭିକି ବିଶ୍ୱାଳ ଓ ଅନିରୁଦ୍ଧ ଧଳ ପ୍ରମୁଖ ଅବରୋଧ କାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ କୌଣସିକିଛି ସମାଧାନ ନହେବାରୁ ଖବରପାଇ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ ଶୋକସନ୍ତପ୍ତ ପରିବାରଙ୍କ ସହ ଆଲାଚନା କରି ପ୍ରଶାସନିକ ସ୍ତରରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ଅଚଂଳରେ ଚାଲିଥିବା ଦେଶୀମଦ ବେପାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନରେ ଶତ୍ରୁଘ୍ନ ବିଶ୍ୱାଳ, ପପୁ ରାଜ, ସୁଦାମ ନାୟକ, ଟୀକା ନାୟକ, ବିମଳା ରାଜ, ସୁଷମା ରାଜ, ଜୟନ୍ତୀ ରାଜ, ବସନ୍ତ ମଞ୍ଜରୀ ବିଶ୍ୱାଳ, ସୁକାନ୍ତି ବିଶ୍ୱାଳ, ସିତୁନି ସାହୁ, ରାଜା ସ୍ୱାଇଁ, ପଦ୍ମନାଭ ବରାଳ ଓ ଅଜିତ୍ ନାୟକ ପ୍ରମୁଖ ସାମିଲ୍ ଥିଲେ । ପରେ ଶୋକାକୂଳ ପରିବେଶରେ ମୃତ ଦେହକୁ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ମୃତକଙ୍କ ପୁଅ ଜୀବନଜିତ ପାତ୍ର ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.