ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରୁ ବାଲ୍ୟବିବାହ ଭଳି କୁ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ‘ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ’ ଅଧୀନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ଅଭିଯାନର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାନର ପ୍ରଦର୍ଶନ ସହ ଗ୍ରାମବାସୀ, ମହିଳା ଏବଂ ଯୁବବର୍ଗଙ୍କୁ ସଚେତନ କରାଯାଇଛି।ଧାମନଗର ବ୍ଲକ ପଧାନୀ ପଞ୍ଚାୟତ ପକ୍ଷରୁ ଏହି ସଚେତନତା ରାଲି କରା ଯାଇ ଗ୍ରାମ ପରିକ୍ରମା କରା ଯାଇଥିଲା ସରପଂଚ ଅଶୋକ କୁମାର ପୁହାଣ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଯୋଗ ଦେଇଥିଲେ। ଅଳ୍ପ ବୟସରେ ବିବାହ ଦ୍ୱାରା ଶିଶୁ ଓ କିଶୋର-କିଶୋରୀମାନଙ୍କ ଶାରୀରିକ, ମାନସିକ ଓ ଶୈକ୍ଷିକ ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଦେଶରେ ବାଲ୍ୟବିବାହ ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଶିଶୁମାନଙ୍କ ସୁରକ୍ଷା, ନିୟମିତ ବିଦ୍ୟାଳୟ ଶିକ୍ଷା ଏବଂ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ପରିବାର ଓ ସମାଜର ସକ୍ରିୟ ସହଯୋଗ ଅପରିହାର୍ଯ୍ୟ ବୋଲି ଏହି ଅଭିଯାନ ମାଧ୍ୟମରେ ଆହ୍ୱାନ ଦିଆଯାଇ ଥିଲା।
Home ଜିଲ୍ଲା ପରିକ୍ରମା ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ: ଶିଶୁଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଦେବାକୁ ସଚେତନତା








