Home ଜିଲ୍ଲା ପରିକ୍ରମା ବନ୍ୟା ଛାଡ଼ିବାର ୩ମାସ ବିତିଲା, ବିପନ୍ନଙ୍କୁ ମିଳିଲାନି ସଠିକ ରିଲିଫ ଓ ପଲିଥିନ ପାଲ,ବିଧାନସଭାରେ ପ୍ରଶ୍ନ...

ବନ୍ୟା ଛାଡ଼ିବାର ୩ମାସ ବିତିଲା, ବିପନ୍ନଙ୍କୁ ମିଳିଲାନି ସଠିକ ରିଲିଫ ଓ ପଲିଥିନ ପାଲ,ବିଧାନସଭାରେ ପ୍ରଶ୍ନ ରଖିଲେ ଚାନ୍ଦବାଲି ବିଧାୟକ

1

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଚଳିତ୍ୱର୍ଷ ବର୍ଷାଋତୁରେ ୭ଥର ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନରେ ନଦୀକୂଳ ଲଙ୍ଘିବାରୁ କେଉଁଠି ନଦୀବନ୍ଧ ଭାଙ୍ଗିଥିଲା ତ ଆଉ କେଉଁଠି ରାସ୍ତା ଧୋଇଯାଇ ଘାଇ ସୃଷ୍ଟି ହେବାରୁ ୨୪ଟି ଗାଁ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଏପରିକି ଦେଢମାସ ଧରି କ୍ଷେତ ଓ ଗାଁରେ ବନ୍ୟାପାଣି ଲହଡ଼ି ମାରିବା ଫଳରେ ବର୍ଷକର ଆହାର ଧୋଇନେଲା ଥିବା ବେଳେ ବହୁ ଲୋକ ବାସହରା ହୋଇ ଗାଁ ରାସ୍ତା ଓ ନଦୀବନ୍ଧ ଉପରେ ମାସ ମାସ ଧରି ଆଶ୍ରୟ ନେଇଥିଲେ। ବନ୍ୟା ଛାଡ଼ିବାର ୩ମାସ ବିତିଯାଇଥିଲେ ସୁଧା ଏପର୍ଯ୍ୟନ୍ତ ବିପନ୍ନଙ୍କୁ ସଠିକ ରିଲିଫ ମିଳିବା ତ ଦୂରର କଥା ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ପରିବାରଙ୍କୁ ପଲିଥିନ ପାଲ ମିଳିନଥିବା ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଚାନ୍ଦବାଲି ବିଧାୟକ ଡଃ ବ୍ୟୋମକେଶ ରାୟ। ତାହା ସହ ବନ୍ୟା ସମୟରେ ବିପନ୍ନଙ୍କୁ ସଠିକ୍ ଭାବେ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ପାରିନଥିଲେ ସରକାର। ଯାହାକିଛି ବିପନ୍ନ ପରି୍ୱାରଙ୍କୁ ମିଳିଥିଲା ଜଣଙ୍କୁ ନିୟଂଟ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କର ପ୍ରଶ୍ନ ରଖିଥିଲେ। ବିଶେଷକରି ବୈତରଣୀ ବନ୍ୟାରେ ଯେଉଁ ସୁନ୍ଦରପୁର ଓ ଓଳଗ ୨ଟି ପଂଚାୟତରେ ନଦୀବନ୍ଧ ଧୋଇ ଜନବସତିକୁ ବନ୍ୟାପାଣି ମାଡିଥିଲା ଆଜି ଯାଏଁ ସେହି ଅଂଚଳରେ ବିପନ୍ନମାନଙ୍କୁ ପଲିଥିନ ପାଲ ଖଣ୍ଡେ ମିଳିପାରିନାହିଁ। ଯାହାକି ସରକାରୀ ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ ହୋଇରହିଥିବା କହିଛନ୍ତି ବିଧାୟକ। ଅନ୍ୟପଟେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ଘଟଣା ସର୍ମ୍ପକରେ ପଚାରିବାରୁ ଆଜି(ଗୁରୁବାର) ଓଳଗ ପଂଚାୟତର ବିପନ୍ନମାନଙ୍କ ପାଇଁ ପଲିଥିନ ପାଲ ପଠାଯାଇଛି। ପରବର୍ତି ସମୟରେ ଅନ୍ୟ ପଞ୍ଚାୟତର ବକେୟା ଥିବା ବିପନ୍ନଙ୍କୁ ପଲିଥିନ ପାଲ ଯୋଗାଇ ଦିଆଯିବା ପାଇଁ ପ୍ରକ୍ରିୟା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.