ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର କାର୍ତିକ ମାସ ପଂଚୁକ ପୂର୍ଣ୍ଣିମା ପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ସବୁଠି ବେସ୍ ଧୁମ୍ ଧାମରେ ପାଳନ ହେଉଛି । ପଂଚୁକ ପୂର୍ଣ୍ଣିମା ବନ୍ତ ବ୍ଲକ୍ ଅନ୍ତର୍ଗତ ଆଗରପଡା ଠାରେ ମାଁ ବେଲେଣୀଶୁଣୀ ପୂଜା କମିଟି, ବନ୍ତ ବ୍ଲକ୍ ଆଡିଆ,ଅଡାଳପଙ୍କ,ନରସିଂହପୁର ସମେତ ଟିଲୋ ତେଲି ସାହି ବୋଇତ ଉତ୍ସବ ସମେତ ନୀଳୋକ ଗ୍ରାମ ପଂଚାୟତ ର ବୋଇତ ଉତ୍ସବ ପକ୍ଷରୁ ପ୍ରତିବର୍ଷ ଭଳି ଏଥର ବି ଧୁମ୍ ଧାମରେ ପାଳନ ହେଉଛି । ପଂଚୁକ ପୂର୍ଣ୍ଣିମା ଭଣ୍ଡାରିପୋଖରୀରେ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଧାବଲ୍ଲଭଙ୍କ ଯୁଗଳ ମୂର୍ତି ଦର୍ଶନ କରିବା ସହିତ ଜନସାଧାରଣଙ୍କ ମଙ୍ଗଳ କାମନା କରିଛନ୍ତି। ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।





