Home ଜିଲ୍ଲା ପରିକ୍ରମା ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ,ବୋଇତ ବନ୍ଦାଣ ଉତ୍ସବ...

ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ,ବୋଇତ ବନ୍ଦାଣ ଉତ୍ସବ ଅଥବା ନିର୍ବାଚନୀ ସଭା!

1

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଠାରେ ଧାମରା – ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଚାନ୍ଦବାଲିରୁ ୭ ସାଧବ ନୌବାଣିଜ୍ୟ କରି ଧାମରା ମନ୍ଦିର ନିକଟରେ ପହଂଚିଥିଲେ। ଧାମରାଇ ଙ୍କ ଦର୍ଶନ କରିବା ପରେ କମିଟି ପକ୍ଷରୁ ସେମାନଙ୍କୁ ମନ୍ଦିର ନିକଟରୁ ପାଛୋଟି ଆଣିବା ପରେ ଧାମରା ପୁରୁଣା ଫାଣ୍ଡି ପଡିଆରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାକାର୍ଯ୍ୟକୁ ବଳଭଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ଅଭୟ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜି ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ସୁଲତା ଦେ ଯୋଗ ଦେଇ ପୂର୍ବ ସରକାରଙ୍କ ଗୁଣଗାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗ ଦେଇ ବିଜେଡିର ଗୁଣ ବଖାଣିବା ସହ ଧାମରା ବସଷ୍ଟାଣ୍ଡ, ଚାନ୍ଦବାଲି ଗ୍ରୀଡ,ଧାମରା-ବାସୁଦେବପୁର ରାସ୍ତା ବିଜୁ ଜନତା ଦଳ ଗଢି ତୋଳିଥିବା କଥା ନିଜ ବକ୍ତବ୍ୟରେ କହିଥିଲେ ଏବଂ ବର୍ତମାନର ସରକାର ଚାନ୍ଦବାଲିରେ ୨୦କୋଟି ଟଙ୍କାର ଫଲସ ବିଲ ଭାଇଚର କରି ଖାଇବା ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀକୁ ମଧ୍ୟ ବିକି ଖାଇଦେବାକୁ ମସୁଧା ଚଳାଇଛନ୍ତି ବୋଲି କହି ସାଧାରଣ ଜନତାଙ୍କ ବିଶ୍ୱସ୍ତ ଭାଜନ ହେବାକୁ ଚେଷ୍ଟା କରିଥିଲେ। ସତେକି ଏହା ବୋଇତ ବନ୍ଦାଣ ଉତ୍ସବ ପରିବର୍ତେ ବିଜୁ ଜନତା ଦଳର ଏକ ରାଜନୈତିକ ସଭା ବୋଲି ଚର୍ଚାଚାଲିଥିଲା । ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବପୁର ପ୍ରାକ୍ତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ବୋଇତ ବନ୍ଦାଣ ପରମ୍ପରା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ହୋଇଥିବା ସଭାରେ ବୋଇତ ବନ୍ଦାଣ କମିଟିର ସଭାପତି ବଳଭଦ୍ର ଲେଙ୍କା, ସଂପାଦକ ରଞ୍ଜନ ସାହୁ, ଅନିଲ ନାୟକ, ରମେଶ ନାୟକ, ବନବିହାରୀ ମାଇତି , ଅଶୋକ ଜାନା,ରାମକୃଷ୍ଣ ଜାନା, ପ୍ରମୁଖ ଉପସ୍ଥିତ ରହିଥିଲେ। ପରେ ଚଳଚିତ୍ର ଅଭିନେତ୍ରୀ ଶିତଲ ଏବଂ ଯାତ୍ରା ସୁପରଷ୍ଟାର ପିୟୁଶ ତ୍ରିପାଠୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.