Home ଜିଲ୍ଲା ପରିକ୍ରମା ଆଇରନ ଦେଉଥିବା ବେଳେ ଯୁବକଙ୍କ ଅକାଳ ବିୟୋଗ,ରଇପୁରରେ ଶୋକାକୁଳ ପରିବେଶ

ଆଇରନ ଦେଉଥିବା ବେଳେ ଯୁବକଙ୍କ ଅକାଳ ବିୟୋଗ,ରଇପୁରରେ ଶୋକାକୁଳ ପରିବେଶ

3

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଂଚାୟତର ବାଙ୍କସାହି କଂଟିକା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଆଇରନ ଦେଉଥିବା ସମୟରେ ଅଘଟଣ ଘଟି ୨୧ ବର୍ଷୀୟ ଯୁବକ ସତ୍ୟଜିତ ଭାରତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଗ୍ରାମର ସଂଗ୍ରାମ ଭାରତୀଙ୍କ ଏକମାତ୍ର ପୁତ୍ର ଥିଲେ।ସୂଚନା ଅନୁଯାୟୀ, ଆଜି ଏହି ଅଘଟଣ ଘଟିବା ପରେ ପରିବାରରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ଏକମାତ୍ର ପୁଅକୁ ହରାଇ ପରିବାରବର୍ଗ ମ୍ରିୟମାଣ ହୋଇପଡ଼ିଥିବା ବେଳେ ସମଗ୍ର ବାଙ୍କସାହି କଂଟିକା ଓ ରଇପୁର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଘଟଣା ପରେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.