Home ଜିଲ୍ଲା ପରିକ୍ରମା ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି,ଶିବଗଙ୍ଗା ପୁଷ୍କରିଣୀରେ ବୋଇତ...

ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି,ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ବସାଇଲେ ଅଗଣିତ ଶ୍ରଦ୍ଧାଳୁ ଭକ୍ତ

1

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର କାର୍ତିକ(ରାହାସ) ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈ୍ୱକ୍ଷୈତ୍ର ଆରଡିପୀଠର ବାବା ଆଖଣ୍ଡଳମଣି ମନ୍ଦିରରେ ଲାଗିଥିଲା ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ। ରୀତିନୀତି ଅନୁଯାୟୀ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲିବା ପରେ ବାବାଙ୍କ ପାଖରେ ମଙ୍ଗଳ ଆଳତି ସହ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ ହୋଇଥିଲା। ପରେ ଧର୍ମରମାସ କାର୍ତିକ ବ୍ରତ ଅବସରରେ ପଂଚୁକନୀତି ଓ ରାହାସ ପୂର୍ଣ୍ଣିମା ନୀତୀ ଅନୁଷ୍ଠିତ ହୋଇଥିଲା ବାବାଙ୍କ ପାଖରେ। ଅନ୍ୟପଟେ ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇବା ସହ ବୁଡ଼ ପକାଇ ବାବାଙ୍କୁ ଦର୍ଶନ କରିଥିଲେ। ହଜାରହଜାର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ସକାଳ ସମସ୍ତ ନୀତି କାନ୍ତି ମଧ୍ୟାହ୍ନ ୧ଟା ସୁଧା ସରିବା ପରେ ରୂପା ଅଳଙ୍କାରରେ ବାବାଙ୍କୁ ପଂଚାନନ ବେଶରେ ସଜ୍ଜିତ କରାଯାଇ ବଡ଼ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା। ପରେ ଅପରାହ୍ନ ୪ଟାରେ ବାବାଙ୍କୁ ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ କରାଯାଇ ସାହାଣମେଲା ଦର୍ଶନ କରାଯାଇଥିଲା। ପୀଠରେ ଅତିରିକ୍ତ ଏସପିଙ୍କ ଅରୁପ ଅଭିଷେକ ବେହେରାଙ୍କ ସହିତ ୨ଡିଏସପି, ଧୁଷୁରୀ ଥାନା ଅଧିକାରୀ ଅଜୟସୁର୍ଦଶନ ବାଗ, ପ୍ରଦୀପ ନାୟକ, ଆରଡି ଫାଣ୍ଡିଅଧିକାରୀ ବୈଷ୍ଣବ ତ୍ରିପାଠୀ ଙ୍କ ସହ ୩ପ୍ଲାଟୁନ ଫୋର୍ସ ଅଗ୍ନିଶମ ବାହୀନୀ ନିୟୋଜିତ ରହିଥିଲେ। ଏଥିସହ ବାବାମଣି ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତତ୍ୱାବଧାନରେ ଏନ୍ ଏସ ଏସର ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭକ୍ତମାନଙ୍କୁ ଧାଡ଼ିରେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରାଇଥିଲେ। ତାହାସହ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଁଆ, ଧାନକଣିଆ ୩ଟି ନଦୀ ଘାଟରେ ଆସୁଥିବା ଭକ୍ତମାନେ ଯେପରି ସୁରକ୍ଷା ଭାବେ ଆସିବେ ସେଥିପାଇଁ କଡାସୁରକ୍ଷା ବ୍ୟବସ୍ଥା ସହ ଡଙ୍ଗାରେ ଯେପରି ଅଧିକ ସଂଖ୍ୟକ ଭକ୍ତ ପାରି ନହେବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ସହ ଅଧିକ ସଂଖ୍ୟକ ଡଙ୍ଗା ନିୟୋଜିତ କରାଯାଇଥିଲା। ବାବା ପଂଚୁକନୀତିରେ ପଂଚାନନ ବେଶ ସହ ଅପରାହ୍ନରେ ଦୁର୍ଲ୍ଲଭ ହରଗୈରୀ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.