ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମ୍ମୁ କାଶ୍ମୀର ସ୍ଥିତ ଗ୍ରୀନ୍ ଫିଲ୍ଡ , ଗାନ୍ଧୀନଗର ସହର ରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ୪୨ ତମ କନିଷ୍ଠ ଟେନିକଏଟ ପ୍ରତିଯୋଗିତାଟି ୧୭ ନଭେମ୍ବର ରୁ ଆରମ୍ଭ ହୋଇ ୨୧ ନଭେମ୍ବର ୨୦୨୬ ରେ ସମାପ୍ତ ହେବ । ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ଟେନିକଏଟ୍ ସଂଘ ତାର ୬ ଜଣ ଲେଖାଏ ବାଳକ ବ ଓ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି। ଏହି ବାଳକ ଓ ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଥିବା ବେଳେ , ସେମାନେ ହେଲେ ପିୟୁସ ପ୍ରିତମ ଦୀକ୍ଷୀତ , ଦିବ୍ୟାଂଶୁ ସିଂ ଏବଂ ଖୁସି କୁମାରୀ ସାହାଣି ପ୍ରମୁଖ ଖେଳାଳୀ ମାନେ ସ୍ଥାନ ପାଇଛନ୍ତି। ଏହି ଖେଳାଳୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ , ଓ ଏସ ଡି ସ୍ପୋର୍ଟସ ରମେଶ ମହାନ୍ତି , ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଓ ସଂଘର ପ୍ରତିଷ୍ଠାତା ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ପ୍ରମୁଖ ଖେଳାଳୀ ମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିବା ବେଳେ, ଏହି ସଫଳତା ନିମନ୍ତେ ଭଦ୍ରକ ଜିଲ୍ଲା ଟେନିକଏଟ୍ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ଗୋଲକ ନାୟକ , ସୁବାସ ଦିକ୍ଷୀତ୍ , ଭବେଶ ଦାସ, ଚନ୍ଦନ ଦେ , ରାଜତିଲକ୍ ସ୍ୱାଇଁ , ସତ୍ୟଜିତ୍ ପରମାଣିକ୍ ,ଗୁରୁ ଚରଣ ପହି, ବିଶ୍ୱରଞନ ସାହୁ ,ଲକ୍ଷ୍ମୀ ନାରାୟଣ ମହାନ୍ତି , ଶିବ ଚରଣ ସୌରଭ ,ରାଜେଶ୍ ଦାସ୍ ,ସମସ୍ତ ସଦସ୍ୟ , କେ ଆଇ ସି ର କୋଚ ରାଜେଶ ନାୟକ ଓ ବରିଷ୍ଠ ଖେଳାଳୀ ମାନେ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।
Home ଜିଲ୍ଲା ପରିକ୍ରମା ୪୨ତମ ଜାତୀୟ ସ୍ତରୀୟ କନିଷ୍ଠ ଟେନିକଏଟ୍ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ୩ ଖେଳାଳୀ ମନୋନୀତ








