Home ଜିଲ୍ଲା ପରିକ୍ରମା ଉତ୍କଳ ସର୍ବୋଦୟ ମଣ୍ଡଳର ନିଶା ମୁକ୍ତ ସଚେତନତା କାର୍ଯ୍ୟକ୍ରମଦେଶରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ଆତ୍ମହତ୍ୟା ଓ...

ଉତ୍କଳ ସର୍ବୋଦୟ ମଣ୍ଡଳର ନିଶା ମୁକ୍ତ ସଚେତନତା କାର୍ଯ୍ୟକ୍ରମଦେଶରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ଆତ୍ମହତ୍ୟା ଓ ଦୁର୍ଘଟଣାର ମୂଳ କାରଣ ନିଶାସେବନ

0
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବ ଶକ୍ତି ଓ ଛାତ୍ର ଶକ୍ତି ଦେଶର ଶ୍ରେଷ୍ଠ ସମ୍ପଦ। ମାତ୍ର ଏହି ସମ୍ପଦ କୁ ଧ୍ୱଂସ କରିବାକୁ ବିଦେଶ ଶତ୍ରୁମାନେ ସଦା ସର୍ବଦା ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ସେଥିପାଇଁ ନଶା ମୁକ୍ତ ଭାରତ ଓ ବିକଶିତ ର ଅଭିଯାନ ଆରମ୍ଭ କରିଛନ୍ତି। ନିଶା ର ଭୟ ଭୟତା ମାରାତ୍ମକତା ଓ କୁପରିଣାମ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଜ଼ିଲ୍ଲା ସ୍କୁଲ ଭଦ୍ରକ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଜି ଅପରାହ୍ନ ୨ ଘଂଟା ୩୦ ମିନିଟ ରେ ବିଦ୍ୟାଳୟ ପରୀକ୍ଷା ହଲରେ ଅନୁଷ୍ଠିତ ହୋଇଥିଲା। ଜ଼ିଲ୍ଲା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମିଲ୍ଲୀ ପରିଡାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ରାୟ ମୁଖ୍ୟ ଅତିଥି ରୂପେ, ଓ ଉତ୍କଳ ସବୋଦୟ ମଣ୍ଡଳ ଭଦ୍ରକ ଜ଼ିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ନିଶାର ଅପକାରିତା କୁପରିଣାମ ବିଷୟରେ ଛାତ୍ର ମାନଙ୍କୁ ଆଲୋକପତ କରିଥିଲେ। ସର୍ବୋଦୟ ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ବୈଜ୍ଞାନିକ ତଥ୍ୟ ଭିତିକ ସମସ୍ତ ତଥ୍ୟ ଛାତ୍ର ମାନଂକୁ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଓ ଡାକ୍ତରୀ ପାଠ ଚିତ୍ର ମାଧ୍ୟମରେ ଜ୍ଞାନ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ, ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ କୁ ସଙ୍ଗ ଦୋଷ ରୁ ନିବୃତ ରହି ଭବିଷ୍ୟତରେ ସୁ ନାଗରିକ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ଶଷରେ ଛାତ୍ରଛାତ୍ରୀ ଓ ଅତିଥି ମାନେ ଦେଶରେ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ। ମଦ, ଡ୍ରଗ୍ସ, ତମ୍ବାଖୁ କିଭଳି କର୍କଟ ଭଳି ଅନ୍ୟାନ୍ୟ ରୋଗ ସୃଷ୍ଟି କରୁଛି, ବିଶଦ ଭାବରେ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.