ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲ୍ଲାର ଧାମନଗର ବ୍ଲକ ଅସୁରାଳିସ୍ଥିତ ଗିରି ଗୋବର୍ଦ୍ଧନ ଗୋଶାଳାରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାଳନ କରାଯାଇଛି।ଗୋଶାଳାର ସମ୍ପାଦକ ସୂରଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା।ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ,ଶ୍ରୀଚୈତନ୍ୟ ଆଶ୍ରମର ସମ୍ପାଦକ ଶ୍ରୀପାଦ ଭକ୍ତି ବଲ୍ଲଭ ମହାରାଜ,ଧାମନଗର ବିଡିଓ ବନ ବିହାରୀ ଦିନ୍ଦା,ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ,ଜିଲ୍ଲା ମୁଖ୍ୟ ପଶୁସମ୍ପଦ ଅଧିକାରୀ ସୁଶୀଲ ଧଳ,ବ୍ଲକ ପଶୁସମ୍ପଦ ଅଧିକାରୀ ଝାନସୀରାଣୀ ତପସ୍ୱୀ,ସ୍ୱାମୀ ଚିନ୍ମୟାନନ୍ଦ ମହାରାଜ,ବିଜେପି ଉପସଭାପତି ଚତୃଭୂଜ ନାୟକ,ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ବସନ୍ତ ରାଉତ,ଅସୁରାଳି ସରପଂଚ ମିନତୀ ସାହୁ,ଗଢିଆଳି ସରପଂଚ ସରୋଜ ସ୍ୱାଇଁ,ରମାକାନ୍ତ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ।ଗୋମାତା ପ୍ରକୃତିର ଅମୃତ ଉପଲବ୍ଧି ବୋଲି ବର୍ଣ୍ଣନା କରି ମାନବ ସମାଜ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଉପଦାନ ଏମାନଙ୍କ ଠାରୁ ମିଳିଥାଏ ଏବଂ ପୁରାଣ ଇତିହାସ ଠାରୁ ବର୍ତମାନର ବିଜ୍ଞାନ ପର୍ଯ୍ୟନ୍ତ ଗୋମାତାଙ୍କର ବିଶେଷସତ୍ୱ ପ୍ରମାଣିତ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଗୋମାତାଙ୍କୁ ପଶୁ ସମ୍ବୋଧନ ନକରି ଏହି ସମ୍ପଦର ବିକାଶ ଏବଂ ଗୋ ଚାଲାଣ ବନ୍ଦ କରିବା ପାଇଁ ସଭାରେ ମତପ୍ରକାଶ ପାଇଥିଲା।ଏହି ଅବସରରେ ଗୋମାତାଙ୍କ ସେବା ପାଇଁ ସୁଶାନ୍ତ ନାୟକ,ଅଭୟ ସାହୁ,ନରେନ୍ଦ୍ର ଜେନା,ଅଶୋକ କୁମାର ଏବଂ ରାଜେଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥି ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୋ ସେବା ପାଇଁ ଦେଇଥିବା ଏକ ଲକ୍ଷ ଟଙ୍କାର ଚେକ ପରିଚାଳନା ସମିତିକୁ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସ୍ୱାଗତ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଗୋଶାଳା ପରିଚାଳନା ସମିତିର ଉପସଭାପତି ରାଜେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।ଗୋଷ୍ଠାଷ୍ଟମୀ ପ୍ରାତଃରେ ସମୂହ ଗୋ ପୂଜନ,ହୋମଯଜ୍ଞ,ଭଜନ କୀର୍ତନ ଆଦି ପରିବେଷଣ କରାଯାଇଥିଲା।ଶ୍ରୀକାନ୍ତ ନାୟକ,ସନ୍ତୋଷ ସାହୁ,କ୍ଷୀରୋଦ ସ୍ୱାଇଁ,ରଜତ ଲେଙ୍କା,ଆଲୋକ ବସନ୍ତିଆ,ଗୌରୀଶ୍ୟାମ ପରିଡ଼ା,ନରେନ୍ଦ୍ର ରାଉତ,ହେମନ୍ତ ପଲାଇ ପ୍ରମୁଖ ପରିଚାଳନା କରିଥିଲେ।








