Home ଜିଲ୍ଲା ପରିକ୍ରମା ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସ୍କଲାରସିପ ପୋର୍ଟାଲ କାର୍ଯ୍ୟକ୍ଷମ

ଉତ୍କଳ ଫାଉଣ୍ଡେସନ ପକ୍ଷରୁ ସ୍କଲାରସିପ ପୋର୍ଟାଲ କାର୍ଯ୍ୟକ୍ଷମ

2

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକର ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ପାଇଁ ଟାଲେଣ୍ଟ ସ୍କଲାରସିପ ପୋର୍ଟାଲ କାର୍ଯ୍ୟକ୍ଷମ କରାଯାଇଛି। ହୋଟେଲ କେ-୩ ସମ୍ମିଳନୀ କକ୍ଷରେ ଫାଉଣ୍ଡେସନ ପ୍ରତିଷ୍ଠାତା ତ୍ରିଲୋଚନ ଦାଶଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସଭାପତି ନିତ୍ୟାନନ୍ଦ ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ ଏଥିନେଇ ସଭାକୁ ଫାଉଣ୍ଡେସନ ଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ଜେନା ଉଦଘାଟନ କରିଥିଲେ। ଶିକ୍ଷାବିତ ଭାଗବତ ରାଉତଙ୍କ ପରିଚାଳନାରେ ଏହି ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା ମୁଖ୍ୟ ଅତିଥି, ଶିକ୍ଷାବିତ ବିଶ୍ୱମ୍ଭର ନାଥ ମୁଖ୍ୟବକ୍ତା, ଶିକ୍ଷାବିତ ପୁରୁଷୋତମ ଧଳ, ପବନ କୁମାର ନାୟକ, ମଧୁସୂଦନ ବେହେରା, ନିର୍ମଳ ଧଳ, ଘନଶ୍ୟାମ ସ୍ୱାଇଁ, ପୁଷ୍ପକ ଭାରତୀ, ସମାଜସେବୀ ରାଜେନ୍ଦ୍ର ଜେନା ଓ ମାନସ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହାୟତା ଭଳି ସୁବିଧା ସୁଯୋଗ ସୃଷ୍ଟି କରି ଏହି ଫାଉଣ୍ଡେସନ ସମାଜ ହିତରେ ନୂତନ ସୋପାନ ହାସଲ କରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସହାୟତା ଅପେକ୍ଷାରେ ଥିବା ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ପାଇଁ ସ୍କଲାରସିପ ପୋର୍ଟାଲ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ନୂତନ ଜିଲ୍ଲା ସମ୍ପାଦକ ଭାବେ ଶମ୍ଭୁନାଥ ବେହେରାଙ୍କୁ ମନୋନୀତ କରାଯାଇଥିଲା। ଧନେଶ୍ୱର ଜେନା, ମାନସ ସାହୁ, ଗଣେଶ ବିଶ୍ୱାଳ, ଜ୍ୟୋତିରଞ୍ଜନ ମହାପାତ୍ର, ବିଜୟ ମହାପାତ୍ର, ସାମ୍ବାଦିକ ଅକ୍ଷୟ ବେହେରା ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.