Home ଜିଲ୍ଲା ପରିକ୍ରମା ଶିଶୁ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଆତ୍ମ ବିଭୋର

ଶିଶୁ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଆତ୍ମ ବିଭୋର

2

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ବ୍ଲକ୍ ପାଟୁଳୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶିଶୁ ଦିବସ ମହା ସମାରୋହରେ ପାଳନ କରାଯାଇଥିଲା ।ଏଥିରେ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ମାଧବାନନ୍ଦ ଓଝା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର ,ମୁଖ୍ୟ ବକ୍ତା ଶିକ୍ଷାବିତ୍ ତଥା ସଂସ୍କୃତି ଗବେଷକ ପ୍ରଫୁଲ୍ଲ କୁମାର ଦାସ, ସମ୍ମାନିତ ଅତିଥି ପ୍ରାକ୍ତନ ବ୍ଲକ୍ ସହକାରୀ ଶିକ୍ଷା ଅଧିକାରୀ ନିର୍ମଳା ସାହୁ, କବି ନିରୁପମା ପାଣି, ବିଶିଷ୍ଟ ଅତିଥି ପ୍ରାକ୍ତନ ବିଡିଓ ଭାଗିରଥି ମଲ୍ଲିକ ପ୍ରମୁଖ ଯୋଗ ଦେଇ କୋଟି ଓଡିଆଙ୍କ ମଉଡ଼ମଣି ଶ୍ରୀଜଗନ୍ନାଥ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିଶୁ ଦିବସର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶିଶୁମାନଙ୍କୁ ଭଲ ପାଠ ପଢ଼ି ଭବିଷ୍ୟତରେ ଭଲ ମଣିଷ ହୋଇ ଦେଶ ଗଠନ ଓ ରାଷ୍ଟ୍ର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ନିରଞ୍ଜନ ପତି ଶ୍ରୀଜଗନ୍ନାଥଙ୍କ ସ୍ତୁତି, ପ୍ରଭାକର ସାମଲ ଅତିଥି ପରିଚୟ,ନାରାୟଣ ନାୟକ ମଂଚ ଆବାହନ , ଶିକ୍ଷୟତ୍ରୀ ଶିବପ୍ରୀୟା ମହାଳିକ ଓ ମମତାରାଣୀ ସ୍ୱାଇଁ ଅତିଥିମାନଙ୍କୁ ବ୍ୟାଚ୍‌, ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ଶିଶୁ କଳାକାରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବା ପରେ ବିଦ୍ୟାଳୟର ଶତାଧିକ ଶିଶୁ କଳାକାରଙ୍କୁ ପ୍ରଶଂସା ପତ୍ର ,ଖେଳନା ପ୍ରଦାନ କରାଯାଇଥିଲା । କୁନି କଳାକାର ମାନେ ନୃତ୍ୟ ,ସଙ୍ଗୀତ ପ୍ରଭୃତି ବିଭିନ୍ନ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଶିକ୍ଷାର୍ଥୀ ଓ ଦର୍ଶକମାନଙ୍କୁ ଆତ୍ମବିଭୋର କରିଥିଲେ । ଶିକ୍ଷୟତ୍ରୀ ମମତା ମହାଳିକ ଓ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସାଫଲ୍ୟ ମହାଳିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.