Home ଜିଲ୍ଲା ପରିକ୍ରମା ସାହିତ୍ୟର ନୂତନ ଦିଗନ୍ତ: ଅଧ୍ୟାପକ ଡ. କୃଷ୍ଣ ଚରଣ ବେହେରା

ସାହିତ୍ୟର ନୂତନ ଦିଗନ୍ତ: ଅଧ୍ୟାପକ ଡ. କୃଷ୍ଣ ଚରଣ ବେହେରା

2

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଧ୍ୟାପକ ଡ. କୃଷ୍ଣ ଚରଣ ବେହେରା ଏକାଧାରରେ ଯେମିତି ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଏବଂ ଅନନ୍ୟ ଗବେଷକ ଥିଲେ ତାଙ୍କର ପୁତ୍ର ଡ. ଶୁଭକାନ୍ତ ବେହେରା ସେମିତି ଜଣେ ନିଆରା ଗାଳ୍ପିକ ଓ ପ୍ରଶାସକ ଥିଲେ । ପୁଣି ପିତା ଓ ପୁତ୍ର ଉଭୟ ସାରସ୍ୱତ ସାଧକ ତଥା ଗବେଷକ ହେବା ଏକ ବିରଳ ସଂଯୋଗ ବୋଲି କୃଷ୍ଣ ଚରଣ ବେହେରାଙ୍କ ନବମ ସ୍ମୃତି ସମାରୋହରେ ମତ ପ୍ରକାଶ ପାଇଛି । ପ୍ରଫେସର୍ ଶୈଳେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟ ଓ କବି କିଶୋର ପାଣିଗ୍ରାହୀଙ୍କ ସଂଚାଳନାରେ ଆରଡ଼ି ଛକସ୍ଥିତ ପ୍ରେମ ନଗରରରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କବି ତଥା ଝଂକାର ପତ୍ରିକାର ସଂପାଦକ ସରୋଜରଂଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ‘ଡ. କୃଷ୍ଣ ଚରଣ ବେହେରା ସ୍ମୃତି ସମ୍ମାନ’ ଗ୍ରହଣ କରିଥିଲେ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଗାଳ୍ପିକ ଦେବପ୍ରସାଦ ଦାଶ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ ‘ଡ. ଶୁଭକାନ୍ତ ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ । ଭଦ୍ରକ ମହିଳା ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ଡ. ଅଭୟ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ‘ପ୍ରେମ ପୃଥିବୀ’ର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସମଗ୍ର ଉପରେ ଗବେଷଣା କରି ନିକଟରେ ପି.ଏଚ୍‌.ଡି. ଲାଭକରିଥିବା ଡ. ପ୍ରାଚୀଶ୍ୱେତା ଦାସ ଓ ତାଙ୍କର ପ୍ରେରଣାଦାତା ଡ. ଚିତରଂଜନ ମିଶ୍ରଙ୍କୁ ଏ ଅବସରରେ ସଂବର୍ଦ୍ଧିତ କରାଯାଇଥିଲା । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସରସ୍ୱତୀ ମାହାନା ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟରୁ ସନ୍ତୋଷୀ ସାହୁଙ୍କୁ ଓଡ଼ିଆ ସମ୍ମାନ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ହେତୁ ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା । ପ୍ରେମ ପୃଥିବୀର ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ସଂପାଦକୀୟ ବକ୍ତବ୍ୟ, କବି ସୁଚିତ୍ରା ପାଣିଗ୍ରାହୀ ସ୍ୱାଗତ ଭାଷଣ ଏବଂ କବି ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ହରମୋହନ କୁଅଁର, ଚୈତାଳି ଖିଲାର, ପ୍ରୀତି ପଦ୍ମା ଦାସ, ମୁକ୍ତିକାନ୍ତ ମହାପାତ୍ର, ନରେନ୍ଦ୍ର ପ୍ରସାଦ ସାହୁ ଓ ମଦନ ମୋହନ ନାୟକ ସ୍ମୃତି ସମ୍ମାନ ସ୍ମାରକୀ ଓ ସ୍ମୃତି ଫଳକ ପାଠ କରିଥିବା ବେଳେ ବାଦଲ ମହାପାତ୍ର ଅତିଥିମାନଙ୍କ ମଂଚକୁ ଆମନ୍ତ୍ରଣ କରିଥିଲେ। କବି ପତିତପାବନ ପାଣି ସଭାର ଶେଷସ୍ପର୍ଶ ଦେଇଥିଲେ । ସୁଧାକର ରାଉତ, ଅବିନାଶ ପଣ୍ଡା, ସଂଗ୍ରାମ ସେନାପତି, ପ୍ରଫୁଲ୍ଲ ପରିଡା, ପ୍ରିୟଙ୍କା ପଣ୍ଡା, ଅନୁରାଧା ପଣ୍ଡା, , ସଚୀକାନ୍ତ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.