Home ଜିଲ୍ଲା ପରିକ୍ରମା ମଧୁବାବୁ ପେନସନ ଯୋଜନା, ଯୋଡିହେଲେ ଜିଲାର ୨୬ ହଜାର ୬୫୫ ନୂଆ ହିତାଧିକାରୀ

ମଧୁବାବୁ ପେନସନ ଯୋଜନା, ଯୋଡିହେଲେ ଜିଲାର ୨୬ ହଜାର ୬୫୫ ନୂଆ ହିତାଧିକାରୀ

0

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ୨୬ ହଜାର ୬୫୫ ନୂଆ ହିତାଧିକାରୀ ଏଥର ମଧୁବାବୁ ପେନସନ ଯୋଜନାରେ ଯୋଡିହେଲେ। ଏହାପୂର୍ବରୁ ଜିଲାରେ ୧ ଲକ୍ଷ ୩୩ ହଜାର ୪୬୪ ଜଣ ଭତା ପାଉଥିଲେ। ଯୋଡିହେବା ପରେ ଏବେ ଜିଲାରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୧୧୯ କୁ ବୃଦ୍ଧି ପାଇଛି। ଏହି ନୂଆ ହିତାଧିକାରୀମାନେ ୨୦୨୪ ମସିହାରୁ ଭତା ପାଇଁ ଅପେକ୍ଷାରତ ଥିଲେ। ଜିଲା ପ୍ରଶାସନ ତରଫରୁ ଆସନ୍ତାକାଲି ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ଭତା ବଂଟନ କାର୍ଯ୍ୟକ୍ରମରେ ୫ ଶହରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ ଅକ୍ଟୋବର ଓ ନଭେମ୍ବର ଦୁଇମାସର ଭତା ବଂଟନ କରାଯିବ। ପରେ ସମସ୍ତ ବ୍ଲକ୍‌ମାନଙ୍କରେ ନଭେମ୍ବର ୧୩ ତାରିଖରେ ବଂଟାଯିବ। ଏହି ବଂଟନ ପ୍ରକ୍ରିୟାରେ ଯେଉଁମାନେ ବଂଚିତ ହେବେ, ସେମାନେ ନଭେମ୍ବର ୨୫ ତାରିଖରେ ପଂଚାୟତ ଓ ପୌରପାଳିକା କାର୍ଯ୍ୟାଳୟରୁ ହିତାଧିକାରୀମାନେ ଭତା ଗ୍ରହଣ କରିପାରିବେ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ ସୂଚନା ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଣିକି ଡିସେମ୍ବରରୁ ପ୍ରତି ମାସ ୧୫ ତାରିଖରେ ନିୟମିତ ଭତା ପ୍ରଦାନ କରାଯିବ । ଏଣିକି ଭତା ପାଇଁ ଯୋଗ୍ୟ ଯେକୌଣସି ବ୍ୟକ୍ତି ଆବେଦନ କରିବାର ପରମାସ ଠାରୁ ଭତା ପାଇବେ। ଆଉ ପୂର୍ବବର୍ଷ ଭଳି ଅପେକ୍ଷା କରିବାକୁ ପଡିବ ନାହିଁ। ଯୋଗ୍ୟ ବ୍ୟକ୍ତି ଭତା ପାଇବା ପାଇଁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିପାରିବେ କିମ୍ବା ଅନଲାଇନ୍ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି । ଜିଲାରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟରୁ ବାସୁଦେବପୁର ବ୍ଲକ୍‌ରେ ୪୪୩୦, ବାସୁଦେବପୁର ପୌରପାଳିକାରେ ୪୦୯ ଜଣଙ୍କର ଭତା ମଂଜୁର ହୋଇଛି। ସେହିଭଳି ଭଦ୍ରକ ବ୍ଲକ୍‌ରେ ୩୩୯୮, ପୌରପାଳିକାରେ ୧୦୪୪ ନୂଆ ଭତା ପାଇବେ। ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୫୯୯, ବନ୍ତ ବ୍ଲକ୍‌ରେ ୩୩୦୪, ଚାନ୍ଦବାଲି ବ୍ଲକ୍‌ରେ ୩୨୦୪ ଓ ଚାନ୍ଦବାଲି ବିଜ୍ଞାପିତ ଅଂଚଳ ପରିଷଦରେ ୩୮୭, ଧାମନଗର ବ୍ଲକ୍‌ରେ ୨୯୨୨, ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ୨୮୮ ଓ ତିହିଡି ବ୍ଲକ୍‌ରେ ୪୬୭୦, ମୋଟ ୨୬ ହଜାର ୬୫୫ ଜଣ ନୂଆ ହିତାଧିକାରୀ ଭତା ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.