Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀଙ୍କ ଅପୂର୍ବ ସିଂହ ବାହିନୀ ବେଶ, ମହାଯଜ୍ଞର ଚତୁର୍ଥ ଦିବସ

ମା’ ଭଦ୍ରକାଳୀଙ୍କ ଅପୂର୍ବ ସିଂହ ବାହିନୀ ବେଶ, ମହାଯଜ୍ଞର ଚତୁର୍ଥ ଦିବସ

0

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରାଣ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠରେ ମା ଙ୍କ ବେଶ ଦର୍ଶନ କରିବା ନିମନ୍ତେ ଭକ୍ତ ମାନଙ୍କ ଗହଳି ଲାଗୁଛି। ମା ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶର ଚତୁର୍ଥ ଦିବସରେ ମା ସିଂହ ବାହିନୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅଲୌକିକ ଅପୂର୍ବ ରୂପକୁ ଦର୍ଶନ କରିବା ନିମନ୍ତେ ସକାଳୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ମୁଖ ମଣ୍ଡଳ ଗୋଲାପୀ ବର୍ଣ୍ଣ ଥିବା ବେଳେ ମା ନାଲି ପାଟ ବସ୍ତ୍ର ପରିଧାନ କରିଥିଲେ। ସିଂହ ବାହନରେ ବିରାଜ ମକନ କରି ମା’ ଖଡ୍ଗ, ତ୍ରିଶୂଲ, ଗଦା ଓ ପଦ୍ମ ଧାରଣ କରିଥିଲେ। ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ସହିତ ବିଭିନ୍ନ୍ ଆଭୂଷଣ ରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ସେ ଦୁର୍ଗା ସେ ହିଁ ମହାକାଳୀ ପୁଣୀ ସେ ମହାଲକ୍ଷ୍ମୀ। ସେ ଦୁର୍ଗତି ନାଶିନୀ, ମହିଷା ମର୍ଦ୍ଦିନୀ,ଅଭୟ ବର ଦାୟିନୀ, ଜଗତ ଜନନୀ, ପାଳନ କାରିନୀ ମା ଭଦ୍ରକାଳୀ। ସୃଷ୍ଟି ରେ ସର୍ବତ୍ର ସେ ବିଦ୍ୟମାନ। ସିଂହ ବାହିନୀ ବେଶ ରେ ଭକ୍ତ ଦର୍ଶନ କଲେ ଭକ୍ତ ମାନଙ୍କର ରୀଷ୍ଟ ଖଣ୍ଡନ, ଗ୍ରହ ଦଶା ଖଣ୍ଡନ ହେବ। ସହିତ ଭକ୍ତ ବିପଦ ଓ ଭୟ ମୁକ୍ତ ହୋଇଥାଏ। ମହା ଯଜ୍ଞ ର ଚତୁର୍ଥ ଦିବସ ରେ ଚଣ୍ଡୀ ପାଠ, ଭାଗବତ ପାଠ, ରୁଦ୍ରାଭିଶେକ, ବେଦ ପାଠ ଓ ସଂକୀର୍ତନ କରାଯାଇଛି। ମହାଯଜ୍ଞ କୁ ଭକ୍ତ ମାନେ ଘୃତ, ସମିଧ, ଅକ୍ଷତ ଓ ଦକ୍ଷିଣ। ଦାନ କରୁଛନ୍ତି।ମଧ୍ୟାହ୍ନ ନିତି ପରେ ଭକ୍ତ ମାନଙ୍କୁ ମନ୍ଦିର ପ୍ରସାଶନ ତରଫରୁ ଅନ୍ନ ପ୍ରସାଦ ବଂଟନ କରଯାଇଛି। ସନ୍ଧ୍ୟା ରେ ମା ଙ୍କ ଦିବ୍ୟ ଆଳତୀ ଦର୍ଶନ କରିବା ନିମନ୍ତେ ପୀଠ ରେ ଭକତ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ମାଦଲ ବାଦ୍ୟ ର ତାଳେ ତାଳେ ଭକ୍ତ ମାନେ ମନ୍ଦିର ରେ ସନ୍ଧ୍ୟା ଆଳତୀ କୁ ଦର୍ଶନ କରୁଛନ୍ତି। ସାଂସ୍କୃତିକ ସନ୍ଧ୍ୟା ରେ ଗୋଟିପୁଅ ନୃତ୍ୟ ଦର୍ଶକ ମାନଙ୍କ ମନକୁ ଭରପୁର ଆନନ୍ଦ ଦେଇଥିଲା ମଙ୍ଗଳ ବାର ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ସାଂସ୍କୃତିକ ମଂଚ ରେ ମା ଭଦ୍ରକାଳୀ ଙ୍କ ଭଜନ କେସେଟ୍ ଶକ୍ତି ପ୍ରଦାୟିନୀ ର ଉନ୍ମୋଚନ କରଯାଇଛି। ସୁନାମ ଧନ୍ୟ। କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଏହି ଗୀତ ରେ କଣ୍ଠ ଦାନ କରିଛନ୍ତି। ସପ୍ତ ମାତୃକା ବେଶ ର ପଂଚମ ଦିନରେ ମା ଜଗଦ୍ଧାତ୍ରୀ ବେଶ ଧାରଣ କରିବେ। ମା ଙ୍କ ର ଏହି ଜଗଦ୍ଧାତ୍ରୀ ବେଶ ନିମନ୍ତେ ପୀଠ ରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୀଠ ରେ ପ୍ରଦର୍ଶିତ ହେଉଥିବା ପବିତ୍ର ଶିବ ରତ୍ନ ମଣି ଓ ଦୁର୍ଲଭ ଗୋମତୀ ଚକ୍ର କୁ ଭକ୍ତ ମାନେ ଦର୍ଶନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.