Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ କ୍ରୀଡ଼ାବିତ ଦେବଦତ ନାୟକଙ୍କ ୭ମ ଶ୍ରାଦ୍ଧବର୍ଷିକ, ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ ଦେବଦତ

ରାଜ୍ୟସ୍ତରୀୟ କ୍ରୀଡ଼ାବିତ ଦେବଦତ ନାୟକଙ୍କ ୭ମ ଶ୍ରାଦ୍ଧବର୍ଷିକ, ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ ଦେବଦତ

3

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପାଳିଆବିନ୍ଧା ପଂଚାୟତ ଅଧୀନ ପାଳିଆ ଗ୍ରାମର ରାଜ୍ୟସ୍ତରୀୟ କ୍ରୀଡ଼ାବିତ, ସାମାଜିକ କର୍ମୀ, ସଂସ୍କୃତି ପ୍ରେମୀ ସ୍ୱର୍ଗତ ଦେବଦତ ନାୟକଙ୍କ ୭ମ ଶ୍ରାଦ୍ଧବାର୍ଷିକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଳିଆସ୍ଥିତ ବିଜୟାନନ୍ଦ କ୍ଳବ ପରିସରରେ ଦେବଦତ ନାୟକ ସ୍ମୃତି କମିଟି କାର୍ଯ୍ୟକାରୀ ସଭାପତି ତାପସ ଦାସଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତାଭାବେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, ବରେଣ୍ୟ ଅତିଥିଭାବେ ଅଧ୍ୟାପକ ଡ଼. ବିଶ୍ୱରଞ୍ଜନ ଦାସ,ଆଇଆଇସି ଲୋପାମୁଦ୍ରା ନାୟକ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ,ସମ୍ନାନିତ ଅତିଥି ଭାବେ ବିଜେଡ଼ି ବ୍ଲକ ଉପସଭାପତି ଗଣେଶ ପ୍ରସାଦ ନାୟକ , ଏଏସଆଇ ଲକ୍ଷ୍ମଣ ମାରାଣ୍ଡି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ସମାଜସେବା, ସାଂସ୍କୃତିକ ଓ କ୍ରୀଡ଼ା ପ୍ରତି ଅବଦାନ ଉପରେ ଆଲୋକପାତ କରିଥିବା ବେଳେ ଦେବଦତ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇରହିବେ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ କ୍ଳବ ପରିସରରେ ଥିବା ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି କମିଟି ସଭାପତି ଭରତ ଚନ୍ଦ୍ର ସାହୁ, ସମିତିସଭ୍ୟ ଜୀବନଜ୍ୟୋତି ପଲାଇ, ପ୍ରିୟବନ୍ଧୁ ମାଝୀ, ଶିକ୍ଷାବିତ ସନ୍ତୋଷ କୁମାର ପାଣିଗ୍ରାହୀ, ସାମ୍ବାଦିକ ପ୍ରଭାତ କୁମାର ରାଉଳ,ସଞ୍ଜିତ କୁମାର ବଳ,ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ସତ୍ୟବ୍ରତ ନାୟକ,ଶୁଭ୍ରଜିତ ପାଲ,ଅମୂଲ୍ୟ ମାଝୀ, ଯଯାତି କେଶରୀ ଦାସ,ପୂର୍ବତନ ସରପଂଚ ସୁଶାନ୍ତ ମଲିକ, ପୂର୍ବତନ ସମିତିସଭ୍ୟ ନବକିଶୋର ମଲ୍ଲିକ, ପାଳିଆବିନ୍ଧା ସମିତି ସମ୍ପାଦକ ସଞ୍ଜୟ କୁମାର ନାୟକ,ସମାଜସେବୀ ଦୁଷ୍ମନ୍ତ ନାୟକ, ରଞ୍ଜିତ ଦାସ, ମଦନ କୁମାର ମୁଦୁଲି, ସରୋଜ କୁମାର ଦାସ, ଗଜେନ୍ଦ୍ର ପହ୍ଲାଇ,ଅନ୍ତଯ୍ୟାମୀ ଦୀକ୍ଷିତ ,ପର୍ଶୁରାମ ନାୟକ,ରଞ୍ଜିତ ଦାସ,ସଞ୍ଜୟ ରାଉତ, ସଞ୍ଜୟ ସେନାପତି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଯୁବନେତା ସ୍ୱର୍ଗତ ଦେବଦତଙ୍କ ସାନଭାଇ ସୁଧନ୍ୱା ନାୟକ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ପୂର୍ବତନ ସରପଂଚ ଅର୍ଚ୍ଚନା ନାୟକ,ସ୍ମୃତିକମିଟି ସଦସ୍ୟ ଅମର ମଲିକ, କିଶୋର ଚନ୍ଦ୍ର ମଲ୍ଲିକ, ଅଶ୍ୱିନୀ ରାଉତ, ଅଶୋକ ମହାପାତ୍ର, ଅଜିତ କୁମାର ମହାନ୍ତି, ମନୋରଞ୍ଜନ ଦାସ,ଖଗେଶ୍ୱର ମଲିକ, ଅରବିନ୍ଦ ମଲ୍ଲିକ ପ୍ରମୁଖଙ୍କ ସମେତ ଦେବଦତଙ୍କ ପରିବାରବର୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.