Home ଜିଲ୍ଲା ପରିକ୍ରମା ଜିରିଣା ସ୍କୁଲରେ ଶିକ୍ଷକଦ୍ୱୟଙ୍କୁ ଦିଆଗଲା ଅବସର ସମ୍ବର୍ଦ୍ଧନା

ଜିରିଣା ସ୍କୁଲରେ ଶିକ୍ଷକଦ୍ୱୟଙ୍କୁ ଦିଆଗଲା ଅବସର ସମ୍ବର୍ଦ୍ଧନା

4

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଜିରିଣା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମହେଶ ଚନ୍ଦ୍ର ସାହୁ ଏବଂ ଶ୍ୟାମ ସୁନ୍ଦର ସେଠୀଙ୍କୁ ଆଜି ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ ସଭାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୟାଧର ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତି ,ବିଶିଷ୍ଟ ନାଟ୍ୟକାର ଡ଼ଃ.ଶୁଧାଂଶୁ ଶେଖର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷଧିକାରୀ ହରେକୃଷ୍ଣ ଆପଟ୍ଟ,ନରେନ୍ଦ୍ର କୁମାର ବାରିକ,ଇଂ.ପ୍ରତାପ କୁମାର ଦାସ,ଆଡ଼ିଆ ସରପଚଂ ମୀନା କୁମାରୀ ଜେନା,ଶିକ୍ଷାବିତ ହୃଷିକେଶ ମିଶ୍ର,ନାରାୟଣ ଚନ୍ଦ୍ର ଲେଙ୍କା,ଭାଷ୍କର ଚନ୍ଦ୍ର ପାଢୀ, ରାଜ୍ୟ ଅଲୋଷ୍ଟା ସଭାପତି ନିର୍ମଳା ପଣ୍ଡା,ସମ୍ପାଦକ ସୁକାନ୍ତ କୁମାର ବେହେରା, ଯୁଗ୍ମ ସମ୍ପାଦକ ମନୋଜ କୁମାର ସିଂହ,ବ୍ଲକ ସମ୍ପାଦକ ଜଗନ୍ନାଥ ମଲ୍ଲିକ,ଶିକ୍ଷକ ସଂଘ ନେତା ଉପେନ୍ଦ୍ର ବିଶ୍ୱାଳ,ପ୍ରଣୟ ସିଂହ,ଅଶୋକ ରାଉତ, ସାଧନକେନ୍ଦ୍ର ସଂଯୋଜକ ଗୌତମ ଭୂୟାଁ ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଶିକ୍ଷକଦ୍ୱୟଙ୍କ କର୍ତବ୍ୟନିଷ୍ଠା,ଛାତ୍ରବତ୍ସଳତା ଏବଂ ସମୟାନୁବର୍ତିତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ,କ୍ଲଷ୍ଟର,ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକଦ୍ୱୟଙ୍କୁ ମାନପତ୍ର,ଉତରୀୟ ଏବଂ ବିଭିନ୍ନ ଉପକରଣ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ବିଦ୍ୟାଳୟର ୧୧ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ ଏବଂ ଶେଷରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୃର୍ମି ବାନାରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭାପତି ସୁଜିତ ଦାସ,ସଞ୍ଜୟ ବିଶ୍ୱାଳ,ମୋ ସ୍କୁଲ ଅଭିଯାନର ସଭାପତି ସଞ୍ଜୟ ମହାଳିକ,ଝିଲ୍ଲୀ ରାଉତ,ପ୍ରଜ୍ଞା ନାୟକ,ଟିକିନା ଯେନା,ପର୍ଶୁରାମ ବିନ୍ଧାଣୀଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.