Home ଜିଲ୍ଲା ପରିକ୍ରମା ପ୍ରାଥମିକ ଶିକ୍ଷାର ରୂପାନ୍ତର, ଧାମନଗରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ

ପ୍ରାଥମିକ ଶିକ୍ଷାର ରୂପାନ୍ତର, ଧାମନଗରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ

3

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତିଭୂମିକୁ ଅଧିକ ସୁଦୃଢ଼ ଏବଂ ଯୁଗୋପଯୋଗୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟରେ ଧାମନଗର ବ୍ଲକର ୬ଟି ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ଏହି ଯୋଜନା ଅଧୀନରେ ଆଭାସୀ ମାଧ୍ୟମରେ ନିମ୍ନଲିଖିତ ୬ଟି ବିଦ୍ୟାଳୟର ଆଧୁନିକୀକରଣ ପାଇଁ ଶିଳାନ୍ୟାସ କରାଯାଇଛି। ସେଗୁଡ଼ିକ ହେଲା ଆନନ୍ଦପୁର ପଂଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟସାହି ଶହୀଦନଗର ନୋଡାଲ ହାଇସ୍କୁଲ, କୋରୁଆ ଗୋବିନ୍ଦପୁର ନୋଡାଲ ହାଇସ୍କୁଲ (ଗୋବିନ୍ଦପୁର), ଅସୁରାଳିର ଦେଶବନ୍ଧୁ ନୋଡାଲ ୟୁପି ସ୍କୁଲ, ହସନାବାଦର ଗୋପବନ୍ଧୁନଗର ହାଇସ୍କୁଲ ଓ ଅର୍ଜ୍ଜୁନପୁର ଜୟକିଷାନ ନୋଡାଲ ହାଇସ୍କୁଲ।ଶହୀଦନଗର ହାଇସ୍କୁଲ ପରିସରରେ ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ଧାମନଗରରେ ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ବିକାଶମୂଳକ ପଦକ୍ଷେପକୁ ନେଇ ଅଂଚଳର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଖୁସିର ଲହରୀ ଖେଳିଯାଇଛି।ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିଦ୍ୟାଳୟଗୁଡ଼ିକର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଏଠାରେ ନୂତନ ଶ୍ରେଣୀଗୃହ, ସ୍ମାର୍ଟ ବୋର୍ଡ, ଡିଜିଟାଲ ଲାଇବ୍ରେରୀ ଏବଂ ଲାଙ୍ଗୁଏଜ୍ ଲ୍ୟାବ୍ ସ୍ଥାପନ କରାଯିବ। ଏହାସହ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଇ ସେମାନଙ୍କୁ ଯୁଗୋପଯୋଗୀ କରାଯିବ। ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଖେଳପଡ଼ିଆ, ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଶୌଚାଳୟ, ଡାଇନିଙ୍ଗ ହଲ୍ ଏବଂ ସବୁଜ ପରିବେଶ ସୃଷ୍ଟି କରାଯିବ। ସାଂସ୍କୃତିକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯିବ।ସେହିପରି ଅର୍ଜୁନପୁର ପଂଚାୟତ ର ବାଲିପାଟଣା ସ୍ତିତ ଜୟକିସାନ ନୋଡାଲ ହାଇସ୍କୁଲ ରେ ମଧ୍ୟ ଭିତି ପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରୋଦ ରାଉତ ଙ୍କ ସଭାପତିତ୍ୱ ରେ ସାଂସଦ ପ୍ରତିନିଧି ମନୋଜ ମଲିକ, ଏ ବି ଇ ଓ ସତ୍ୟ ସୁନ୍ଦର ପରିଡା,ସରପଂଚ ସରିତା ମହାନ୍ତି,ସମିତି ସଭ୍ୟ ବିଦ୍ୟାଧର ରାଉତ, ସି ଆ ର ସି ସି ଉଗ୍ରସେନ ବେହେରା ପ୍ରମୁଖ ଯୋଗ ଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.