ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୩ୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତିି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭା ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ସମ୍ମାନୀତ ଅତିଥି ଭାବରେ ବନ୍ଧଗାଁ ଗ୍ରାମପଂଚାୟତ ସରପଂଚ ନୀରୋଦ ଚନ୍ଦ୍ର ରାଉତ, ଆଲୁମିନି କମିଟି ସଭାପତି ଦାମୋଦର ମହାକୁଡ଼, ସମାଜସେବୀ ପ୍ରଭାକର ସାମଲ, ରାଣୀତାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ, ସି.ଆର.ସି.ସି ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବରାଳ ସ୍ୱାଗତ ଭାଷଣ, ଦିପ୍ତିମୟୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନସ ଜେନା, ଚନ୍ଦ୍ର ଟୁଡୁ, ରଣଜିତ ବିଶ୍ୱାଳ, ଆଶୁତୋଷ ଜେନା, ସୋନାଲି ସୁଚରିତା ନାୟକ, ସଞ୍ଜୁବାଳା ସାମଲ, ମଞ୍ଜୁଲତା ନାୟକ, ବିଜୟ ମାହାଲୀ, କାର୍ତିକ ଚନ୍ଦ୍ର ଦାସ, ପୂଜାରାଣୀ ବେହେରା, ପୁଲିନ ବିହାରୀ ସେନ, ଗଜେନ୍ଦ୍ର ସ୍ୱାଇଁ, ଦିପ୍ତିମୟୀ ମଲ୍ଲିକ ପ୍ରମୁଖ ସହାୟତା କରିଥିଲେ । ଏଥିରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅଶୋକ କୁମାର ମହାପାତ୍ର ବେଦ ପାଠ କରିଥିବା ବେଳେ ଦେବବ୍ରତ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।
Home ଜିଲ୍ଲା ପରିକ୍ରମା ପିଏମ୍ଶ୍ରୀ ବନ୍ଧଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ








