Home ଜିଲ୍ଲା ପରିକ୍ରମା ବି.ଟିପୁର କ୍ଷେତ୍ରୀୟ ସମ୍ପ୍ରଦାୟର କରୱାଚୌଥ୍ ପାଳିତ

ବି.ଟିପୁର କ୍ଷେତ୍ରୀୟ ସମ୍ପ୍ରଦାୟର କରୱାଚୌଥ୍ ପାଳିତ

2

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – କ୍ଷେତ୍ରୀୟ ସମ୍ପ୍ରଦାୟର ମହିଳାଙ୍କ ପ୍ରମୁଖ ପର୍ବ କରୱାଚୌଥ ଗୁରୁବାର ରାତିରେ ଭଦ୍ରକ ଜିଲ୍ଲା ବି.ଟିପୁର ସ୍ଥିତ ଶିରିଡି ରାମେଶ୍ୱର ମନ୍ଦିର ପରିସରରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି । ସ୍ୱାମୀଙ୍କ ଦୀର୍ଘାୟୁ ଓ ପରିବାରର ସୁଖ ଶାନ୍ତି କାମନା କରି ବିବାହିତ ମହିଳା ମାନେ ଉପବାସ ରହି ଏହି ବ୍ରତ ପାଳନ କରିଥାନ୍ତି । କୁମାର ପୂର୍ଣ୍ଣିମିର ଚତୁର୍ଥ ଦିନରେ ଏହି ବ୍ରତ ପାଳନ କରାଯାଏ । ବ୍ରତଧାରୀ ମାନେ ଗୋବରରେ ନିର୍ମିତ ପାର୍ବତୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଅର୍ଘ୍ୟ ଟେକି ଚାଲୁଣି ସାହାଯ୍ୟରେ ଚନ୍ଦ୍ର ଦର୍ଶନ ପରେ ଅଟା, ମଇଦା ଓ କଳା ଜିରାରେ ତିଆରି ମଠୁରି ଭୋଗ ଲଗାଯାଇ ବନ୍ଦାଣ ପୂର୍ବକ ବ୍ରତ ଭଙ୍ଗା ଯାଇଥାଏ । ଶେଷରେ ସ୍ୱାମୀଙ୍କୁ ଜୁହାର କରି ସେମାନଙ୍କ ଦୀର୍ଘାୟୁ କାମନା କରିଥାନ୍ତି ବ୍ରତଧାରୀ ମହିଳା । ଏହି ପୂଜା ପାଇଁ ଶିରିଡି ରାମେଶ୍ୱର ମନ୍ଦିରକୁ ଆଲୋକ ମାଳାରେ ପରିଚାଳନା କମିଟିର ସପନ ସିଂହ, ଉଦିତ ନାରାୟଣ ସିଂହ, ମନୋରଞ୍ଜନ ରାମ୍‌ଙ୍କ ତତ୍ୱାବଧାନରେ ସଜ୍ଜା ଯାଇଥିଲା । ବ୍ରତଧାରୀ ମହିଳା ଭାନୁମତୀ ସିଂହ ସୁଭଦ୍ରା ସିଂହ,କମଳା ରାଜ, ସ୍ମରିତା ସିଂହ, ଅପର୍ଣ୍ଣା ସିଂହ, ମନୋରମା ସିଂହ, ବାସନ୍ତୀ ସିଂହ, ସଂଯୁକ୍ତା ସିଂହ, ରଶ୍ମିରେଖା ସିଂହ, ସୁବାଶିନି ଦାସ, ରିତାଞ୍ଜଳୀ ଦାସ, ତୁଳସୀ ଦାସ, ରାଜଲକ୍ଷ୍ମୀ ସିଂହ, ନିହାରିକା ସିଂହ, ସେବତୀ ସିଂହ, ସାବିତ୍ରୀ ସିଂହ, ପ୍ରିୟଦର୍ଶନୀ ସିଂହ, ନିତୁବାଳା ସିଂହ, ଆରତୀ ସିଂହ, ଗୀତାଞ୍ଜଳୀ ସିଂହ, ବୁନୁ ଦାସ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ଶେଷରେ ମନ୍ଦିର ତତ୍ୱାବଧାରକଙ୍କ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.