Home ଜିଲ୍ଲା ପରିକ୍ରମା ଧାମନଗର ଶାନ୍ତି କମିଟି ବୈଠକ ଫଟୋରେ ଗେରୁଆ ଟୋପି,ଗାମୁଛା ଲଗାଇ ପ୍ରଚାର, ଥାନାରେ ଅଭିଯୋଗ

ଧାମନଗର ଶାନ୍ତି କମିଟି ବୈଠକ ଫଟୋରେ ଗେରୁଆ ଟୋପି,ଗାମୁଛା ଲଗାଇ ପ୍ରଚାର, ଥାନାରେ ଅଭିଯୋଗ

4

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗରରେ ଶାନ୍ତି କମିଟି ବୈଠକର ଫଟୋକୁ ଏଆଇ ମାଧ୍ୟମରେ ନିର୍ମାଣ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଫଟୋରେ କେତେକ ସଦସ୍ୟଙ୍କ ଟୋପି ପରିବର୍ତନ କରି ଗେରୁଆ ଟୋପି ଓ କାନ୍ଧରେ ଗେରୁଆ ଗାମୁଛା ଲଗାଯାଇଥିବା ଅଭିଯୋଗ କରି ଶାନ୍ତି କମିଟିର କିଛି ସଦସ୍ୟ ଓ ସ୍ଥାନୀୟ କିଛି ପ୍ରତିନିଧିମାନେ ଗୁରୁବାର ଧାମନଗର ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୯ ତାରିଖରେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଆଗାମୀ ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଶାନ୍ତି କମିଟି ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗ ଓ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ। ତେବେ ଉକ୍ତ ବୈଠକର ମୂଳ ଫଟୋକୁ ଏଆଇ ମାଧ୍ୟମରେ ପରିବର୍ତନ କରାଯାଇ ଫେସବୁକ୍ ସମେତ ଅନ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ଫଟୋରେ କିଛି ଅନ୍ୟ ସମ୍ପ୍ରଦାୟର ଲୋକେ ଥିବାରୁ ତାଙ୍କୁ ଗେରୁଆ ରଙ୍ଗ ପିନ୍ଧାଇବା ଖରାପ ଲାଗିଛି। ଏଭଳି ଫଟୋ ପ୍ରଚାର ପଛରେ କାହାର ଉଦ୍ଦେଶ୍ୟ ରହିଛି ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି ହେବା ସହ ସାମ୍ପ୍ରଦାୟିକ ସଦ୍‌ଭାବନା ପ୍ରଭାବିତ ହେବାର ଆଶଙ୍କା ରହିଥିବା ସେମାନେ ଅଭିଯୋଗରେ କହିଛନ୍ତି। ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା, ଆଇନ ଅନୁଯାୟୀ ପଦକ୍ଷେପ ନେବା ଏବଂ ଫଟୋକୁ ସାମାଜିକ ଗଣମାଧ୍ୟମରୁ ହଟାଇବାକୁ ଥାନା ଅଧିକାରୀ ସୁବ୍ରଜିତ୍ ଦାସଙ୍କ ନିକଟରେ ଦାବି କରାଯାଇଛି। ଏଥିରେ ପ୍ରତାପ ସାମଲ, ଏମଡି ଫକ୍ରୋଉଦ୍ଦିନ, ସେକ ମୁସ୍ତାକ, ସେକ ଆସଲମ, ଏମଡି ମଞ୍ଜୁରୁଲ ହଗ୍‌, ଜଗବନ୍ଧୁ ପ୍ରଧାନ, ଏମଡି ହବିବୁର ରହେମାନ, ସେକ ରୁସ୍ତମ୍‌, ଶୁଶାନ୍ତ ରାଉତ ସମେତ ଅନ୍ୟମାନେ ତହସିଲ୍ ଓ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.