Home ଜିଲ୍ଲା ପରିକ୍ରମା ବାସୁଦେବପୁର ବନ ଅଧିକାରୀଙ୍କ ନାମରେ ମିଥ୍ୟା ଅପପ୍ରଚାର ଅଭିଯୋଗ,ବନ୍ୟଜନ୍ତୁ ଚାଲାଣ ସୂଚନାକୁ ନେଇ ରାତିରେ ତଦନ୍ତ,...

ବାସୁଦେବପୁର ବନ ଅଧିକାରୀଙ୍କ ନାମରେ ମିଥ୍ୟା ଅପପ୍ରଚାର ଅଭିଯୋଗ,ବନ୍ୟଜନ୍ତୁ ଚାଲାଣ ସୂଚନାକୁ ନେଇ ରାତିରେ ତଦନ୍ତ, ଯାତ୍ରା କମିଟିର ଅନୁରୋଧରେ ବସି ତଦନ୍ତ କରିଥିବା ସୂଚନା

2

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବାସୁଦେବପୁର ବନ ବିଭାଗର ଅଧିକାରୀ ଅତୁଲ୍ୟ କୁମାର ମହାନ୍ତିଙ୍କ ନାମରେ ମିଥ୍ୟା ଅପପ୍ରଚାର କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମିଳିଥିବା ବିବରଣୀ ଅନୁଯାୟୀ, ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ବନ୍ୟଜନ୍ତୁ ଚାଲାଣ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ସୂଚନା ଅନୁସାରେ, ଧାମରାରୁ କଲିକତା ଅଭିମୁଖେ ବନ୍ୟଜନ୍ତୁ ଚାଲାଣ ହେଉଥିବା ଖବର ପାଇ ବନ ଅଧିକାରୀ ଅତୁଲ୍ୟ କୁମାର ମହାନ୍ତି ନିଜ କର୍ମଚାରୀଙ୍କ ସହ ବେତଡ଼ାଠାରେ ପହଂଚି ଯାଂଚ ଆରମ୍ଭ କରିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଥିଲା ଯେ ସନ୍ଦେହଜନକ ଗାଡ଼ିଟି ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥାନ ଆଡ଼କୁ ଯାଇଛି। ସେଠାରେ ଅଧିକ ଲୋକଙ୍କ ଭିଡ଼ ଥିବାରୁ ବନ ବିଭାଗର କର୍ମଚାରୀମାନେ କିଛି ଦୂରରେ ଗାଡ଼ି ରଖି ତନାଘନା ଜାରି ରଖିଥିଲେ। ପରବର୍ତୀ ସୂଚନା ଅନୁଯାୟୀ, ଗାଡ଼ିଟି ଯାତ୍ରା ପଡ଼ିଆ ଭିତରକୁ ଯାଇଥିବା ଜାଣିବା ପରେ ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଂଚି ଅନୁସନ୍ଧାନ କରିଥିଲେ। ଯାତ୍ରା ଚାଲୁଥିବା ସମୟରେ ଯାତ୍ରା କମିଟିର କିଛି ସଦସ୍ୟ ବନ ଅଧିକାରୀଙ୍କୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ ବସି ତଦନ୍ତ କରନ୍ତୁ। ଛିଡ଼ା ହୋଇ ରହିଲେ ଦର୍ଶକମାନେ ଯାତ୍ରା ଦେଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅନୁରୋଧ ପରିପ୍ରେକ୍ଷୀରେ ତଦନ୍ତ ସମୟରେ ବସିବାକୁ କୁହାଯାଇଥିବା ବିବରଣୀରେ ଉଲ୍ଲେଖ ରହିଛି। ବନ୍ୟଜନ୍ତୁ ଚାଲାଣ ସମ୍ପର୍କିତ ସୂଚନା ଆଧାରରେ ରାତିରେ ଯାଂଚ କରିବାକୁ ଯାଇଥିବା ବନ ବିଭାଗର ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଭୁଲ୍ ତଥ୍ୟ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି। ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ କୌଣସି ଅପପ୍ରଚାର ଉପରେ ଭରସା ନକରି ସତ୍ୟାସତ୍ୟ ଯାଂଚ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ, ଏହି ଘଟଣାରେ ବନ ବିଭାଗର ପକ୍ଷ, ଯାତ୍ରା କମିଟିର ପ୍ରତିକ୍ରିୟା ଏବଂ ବନ୍ୟଜନ୍ତୁ ଚାଲାଣ ସମ୍ପର୍କିତ ତଦନ୍ତର ଅନ୍ତିମ ତଥ୍ୟ ଆଧିକାରିକ ଭାବେ ସ୍ପଷ୍ଟ ହେବା ପରେ ଘଟଣାର ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.