Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ତିହିଡି ଜୋନ ସାହାଡ଼ା ଶୁଣି ମଣ୍ଡଳର ବାର୍ଷିକ ମହୋତ୍ସବ ଓ ଆଲୋଚନା ଚକ୍ର

ବରିଷ୍ଠ ନାଗରିକ ତିହିଡି ଜୋନ ସାହାଡ଼ା ଶୁଣି ମଣ୍ଡଳର ବାର୍ଷିକ ମହୋତ୍ସବ ଓ ଆଲୋଚନା ଚକ୍ର

6

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଜୋନ ବରିଷ୍ଠ ନାଗରିକ ସାହାଡ଼ାଶୁଣୀ ମଣ୍ଡଳ ପକ୍ଷରୁ ବାର୍ଷିକ ମହୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବ୍ଲକ ସମ୍ପାଦକ ବିଭୂତିଭୂଷଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ସଭାପତି ଓ ମୁଖ୍ୟବକ୍ତା ଭଦ୍ରକ ଜିଲ୍ଲା ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଯୋଗ ଦାନ କରିଥିଲେ । ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଦାସଙ୍କ ପରିଚାଳନାରେ ବାଳବିକାଶ କେନ୍ଦ୍ରର ପିଲାମାନେ ଜଗନ୍ନାଥ ଅଷ୍ଟକ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବ୍ଲକ ସଂଯୋଜକ ସୁରେନ୍ଦ୍ର କୁମାର ନାୟକ ,ରାଜନେତା ରଘୁନାଥ ପାତ୍ର,ବ୍ଲକ ସଭାପତି ସୋମନାଥ ପାଢ଼ୀ,ମଣ୍ଡଳ ସମ୍ପାଦକ ବଳରାମ ସେନାପତି ,ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକ,କୃତିବାସ ଜେନା , ବ୍ଲକ ଉପସଭାପତି ମହେଶ ପ୍ରସାଦ ନାୟକ, ଗିରିଜା ରମଣ ଜେନା , ରମେଶ ଦାସ ,କଂପଡା ସଭାପତି ଅର୍ଜୁନ ଦାସ ,ମଣ୍ଡଳ ସମ୍ପାଦକ ବଳରାମ ସେନାପତି,ପିରାହଟ ଜୋନ୍ ସଭାପତି ହରିଶ୍ଚନ୍ଦ୍ର ବାରିକ , ତାଳପଦା ଜୋନ ସଭାପତି ନାରାୟଣ ଦାସ,ମାଟିଆସାହି ସମ୍ପାଦକ ଲକ୍ଷ୍ମୀଧର ଦାସ,ସୁରେନ୍ଦ୍ର ମାଝୀ ,ପି,ହୃଷୀକେଶ ,ମଥୁରା ମୋହନ ବେହେରା ,ଅନାଦିବେହେରା ପ୍ରମୁଖ ଶତାଧିକ ବରିଷ୍ଠ ସରକାରଙ୍କ ଆଇନି କାନୁନ,ବ୍ୟାଙ୍କ୍ ,ଥାନା,ତହସିଲ,ପଂଚାୟତ ସମିତିରେ ନାହିଁ ନ ଥିବା ଅସୁବିଧା ସମ୍ପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତିହିଡିରେ ମଦଦୋକାନ ନ ଖୋଲିବାପାଇଁ ବିରୋଧା ଭାବ ପ୍ରକାଶ ପାଇଥିଲ।ଶେଷରେ ଆଜିର ସମ୍ମିଳନୀର ପରିଚାଳନା ସମାଜସେବୀ ରବିନ୍ଦ୍ର କୁମାର ଦାସ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.