Home ଜିଲ୍ଲା ପରିକ୍ରମା ଧାମନଗର ଅବକାରୀ ବିଭାଗର ଚଢ଼ଉ,ବିଭିନ୍ନ ସ୍ଥାନରୁ ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

ଧାମନଗର ଅବକାରୀ ବିଭାଗର ଚଢ଼ଉ,ବିଭିନ୍ନ ସ୍ଥାନରୁ ଦେଶୀ ଓ ବିଦେଶୀ ମଦ ଜବତ, ୪ ଗିରଫ

2

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ କଡ଼ା ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ବିଭିନ୍ନ ଅଂଚଳରୁ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଜଣା ପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅବକାରୀ ମାମଲା ନମ୍ବର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାବାବୁରୀଗାଁ ର ଦୀପକ ଧଳ ଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଉତେଇପୁର ରେ ତୋପାଇ ମାଝୀଙ୍କ ଠାରୁ ୫ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି। କଂଟାପାରି ଗ୍ରାମର ସନାତନ ଜେନାଙ୍କ ଠାରୁ ୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଖଡ଼ିପଦାର ଗଣେଶ ଦାସଙ୍କ ଠାରୁ ୨.୪ ଲିଟର ଦେଶୀ ମଦ ଜବତ କରାଯାଇଛି। ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଧାମନଗର ଅବକାରୀ ବିଭାଗର ଅଧିକାରିଣୀ ସୁମିତ୍ରା ହେମ୍ବ୍ରମ କହିଛନ୍ତି। ଏହି ଚଢାଉ ସମୟରେ ଅବକାରୀ ଥାନାର ଏଏସଆଇ ଦୁର୍ଯ୍ୟୋଧନ ବେହେରା, କର୍ମଚାରି ସନ୍ଧ୍ୟାରାଣୀ ସେନାପତି, ସୂର୍ଯ୍ୟକାନ୍ତ ଟିସ୍କୋ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.