Home ଜିଲ୍ଲା ପରିକ୍ରମା କର୍ତବ୍ୟରେ ଅବହେଳା ଅଭିଯୋଗରେ ବନ୍ତ ତହସିଲର ରାଜସ୍ୱ ନିରୀକ୍ଷକ ନିଲମ୍ବିତ

କର୍ତବ୍ୟରେ ଅବହେଳା ଅଭିଯୋଗରେ ବନ୍ତ ତହସିଲର ରାଜସ୍ୱ ନିରୀକ୍ଷକ ନିଲମ୍ବିତ

1

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ଭଦ୍ରକ ଜିଲ୍ଲାର ବନ୍ତ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ସସ୍ମିତା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ ତାରିଖରେ ଏକ ସରକାରୀ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ସରକାରୀ କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ନିଲମ୍ବନ ଅବଧି ମଧ୍ୟରେ ଶ୍ରୀମତୀ ମହାପାତ୍ରଙ୍କ ମୁଖ୍ୟାଳୟ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ କରାଯାଇଛି। ଏଥିସହିତ, କ୍ଷମତାପ୍ରାପ୍ତ କର୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ରହିଛି। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସରକାରୀ କାର୍ଯ୍ୟରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଭାବେ ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.