Home ଜିଲ୍ଲା ପରିକ୍ରମା ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଓ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଇସ୍ତଫା ଦାବିରେ ବାମ...

ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଓ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଇସ୍ତଫା ଦାବିରେ ବାମ ଓ ଗଣତାନ୍ତ୍ରିକ ମିଳିତ ମଂଚ ପକ୍ଷରୁ ଭଦ୍ରକରେ ସଭା

1

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟ ଚୋର ଜ୍ଞାନେଶ କୁମାରଙ୍କୁ ଗିରଫ ଦାବିରେ ଦିଲ୍ଲୀରେ ଚାଲିଥିବା ଐତିହାସିକ ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ଅମାନୁଷିକ ଆକ୍ରମଣ ଓ ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ବାମ ଓ ଗଣତାନ୍ତ୍ରିକ ମିଳିତ ମଂଚ ଓ ଇଣ୍ଡିଆ ବ୍ଲକ ଭଦ୍ରକ ଶାଖା ପକ୍ଷରୁ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳ ଙ୍କ ମିଳିତ ସଭାପତିତ୍ୱରେ ଓ ସିପିଆଇ(ଏମ) ଯୁବନେତା ବିକାଶ ନାଥଙ୍କ ସଂଯୋଜନାରେ ଭଦ୍ରକ ବନ୍ତଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଭଦ୍ରକ ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ବରିଷ୍ଠ ଅଧିବକ୍ତା ଶଶିଭୂଷଣ ପଣ୍ଡା, ପୂର୍ବତନ ସଭାପତି ସନ୍ତୋଷ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, ନିଶିକାନ୍ତ ନାୟକ, ଅଶୋକ ନାୟକ,ମଳୟ ଭୋଇ, ବିଷ୍ଣୁ ଚରଣ ଦାଶ, ଜୟନୂଲ ଆବେଦିନ, ଚାଷୀ ନେତା ଚକ୍ରଧର ପାତ୍ର, ବ୍ରହ୍ମାନନ୍ଦ ପରିଡା, ଯୁବନେତା କାର୍ତିକ ନାଥ, କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, ଯୁବନେତା ବିଜୟ ବାରିକ୍‌, ବିନୋଦ ସାହୁ, ଉଜ୍ୱଳ ଯେନା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅମିତ ଶାହା ଓ ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବି କରିଥିଲେ । ବ୍ରିଟିଶ୍ ପୋଲିସ ପରି ଗଣଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ନବ୍ୟଫାଶୀବାଦୀ ଆକ୍ରମଣ ବଂଦ ନହେଲେ ଭଦ୍ରକ ଜିଲ୍ଲାରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଇଣ୍ଡିଆ ବ୍ଲକ ଓ ମିଳିତ ମଞ୍ଚର ନେତୃତ୍ୱ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.