Home ଜିଲ୍ଲା ପରିକ୍ରମା ଧାମନଗରରେ ଇଣ୍ଡିଆ ମେଂଟର ବନ୍ଦ ଡାକରା, ମିଶ୍ରିତ ପ୍ରଭାବ, ଜନଜୀବନ ପ୍ରଭାବିତ

ଧାମନଗରରେ ଇଣ୍ଡିଆ ମେଂଟର ବନ୍ଦ ଡାକରା, ମିଶ୍ରିତ ପ୍ରଭାବ, ଜନଜୀବନ ପ୍ରଭାବିତ

3

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଣ୍ଡିଆ ମେଂଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ ମିଶ୍ରିତ ଭାବେ ଦେଖିବାକୁ ମିଳିଛି। ଆଜି ସକାଳୁ ଧାମନଗରର ମୁଖ୍ୟ ବଜାର ତଥା ବିଜୁ ପଟ୍ଟନାୟକ ଛକ ସମେତ ଧୁଷୁରୀ ବଜାର, ଅଶୁରାଳୀ ବାହାର, ଦୋବଲ ବଜାର ରେ ବିଭିନ୍ନ ଛକ ରେ ଇଣ୍ଡିଆ ମେଂଟର କର୍ମୀ ଓ ନେତୃବୃନ୍ଦ ଏକାଠି ହୋଇ ପିକେଟିଂ କରିବା ସହ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି। ବନ୍ଦ ପ୍ରଭାବରେ ସକାଳୁ ସକାଳୁ ସ୍ଥାନୀୟ ଅଂଚଳରେ ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା। ରାସ୍ତାରେ ଯାନବାହନ ଚଳାଚଳ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ କିଛି ସ୍କୁଲ ବସ୍‌, ଅଟୋ ଏବଂ ବାଇକ ଆଦି ଅଟକି ରହିଥିଲା। ତେବେ ଜରୁରୀକାଳୀନ ସେବା ଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିଲା। ବନ୍ଦ ଡାକରା ଯୋଗୁଁ ଧାମନଗରର ଜନଜୀବନ କିଛି ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.