Home ଜିଲ୍ଲା ପରିକ୍ରମା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାସ୍ଥିତି ଗମ୍ଭୀର,ବୋଡକ ନିକଟରେ କୂଳ ଲଙ୍ଘିଲା ବୈତରଣୀ, ଅସ୍ଥାୟୀ ନଦୀବନ୍ଧର...

ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାସ୍ଥିତି ଗମ୍ଭୀର,ବୋଡକ ନିକଟରେ କୂଳ ଲଙ୍ଘିଲା ବୈତରଣୀ, ଅସ୍ଥାୟୀ ନଦୀବନ୍ଧର ବୁଡିଲା ବାଲା ଭାସିଗଲା ବାଲିବାସ୍ତା

7

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ସାଳନ୍ଦୀ ନଦୀର ଉପରମୁଣ୍ଡରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ତଳମୁଣ୍ଡରେ ଅର୍ଥାତ୍ ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ଓଳଗ, ନାନ୍ଦପୁର ୪ଟି ପଂଚାୟତର ୨୪ଟି ଗାଁର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରିକି ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଙ୍ଘି୍ୱାରୁ ଅସ୍ଥାୟୀ ନଦୀବନ୍ଧ କେତେକ ସ୍ଥାନରେ ଭୁଶୁଡ଼ି ପଡ଼ିବା ସହ ବଲା ଓ ବାଲିବସ୍ତା ବୁଡି ବନ୍ୟାଜଳ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ୱର ଜାତୀୟ ରାଜପଥ ଉପରେ ପ୍ରବାହିତ ହେବାରୁ ୪୦ଫୁଟର କଂକ୍ରିଟ ରାସ୍ତା ଦବି ଯାଇଛି। ଆଗକୁ ଯଦି ବନ୍ୟାପାଣି ବଢେ ତାହାଲେ ସେହି ସ୍ଥାନରେ ଘାଇ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ତାହାସହ ଜାତୀୟରାଜପଥ ଉପରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯିବା ସହ ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି। ଏପରିକି ବନ୍ୟାପାଣି ଦୃତ ଗତିରେ ଜନବସତି ଆଡ଼କୁ ମାଡ଼ି ଚାଲିଥିବାରୁ ଆରଡି ନିକଟରେ ଥିବା ୨ଟି ଘୋଷରାରେ ୩/୪ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଚାନ୍ଦବାଲି, କେନ୍ଦ୍ରାପଡ଼ା, ଯାଜପୁର, ତିହିଡି, ମତୋ ଆଦି ସ୍ଥାନକୁ ଯାତାୟତ ଠପ୍ ହୋଇଯାଇଛି। ଏଥିସହ ବହୁ ଲୋକଙ୍କ ଘରେ ବନ୍ୟାପିଣି ପଶିଯିବାରୁ ଲୋକମାନେ ନଦୀବନ୍ଧ ଓ ରାସ୍ତା କଡ଼ରେ ଆଶ୍ରୟ ନେଇଛନ୍ତି। ବିଶେଷକରି ଗୃହପାଳିତ ପଶୁ ଗତ ୨ଦିନ ହେଲା ନଦୀବନ୍ଧ ଓ ରାଜରାସ୍ତାରେ ଆଶ୍ରୟ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.