Home ଜିଲ୍ଲା ପରିକ୍ରମା ସମାଜସେବିକା ସରୋଜିିନୀଙ୍କ ପରଲୋକ

ସମାଜସେବିକା ସରୋଜିିନୀଙ୍କ ପରଲୋକ

3

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱରର ଜଣାଶୁଣା ସମାଜସେବିକା ତଥା ସାମାଜିକ ସଂଗଠନ ୟୁନିଟ୍ ଫର ସେବାର ଅଧ୍ୟକ୍ଷା ରୁଦ୍ରାଣୀ ନନ୍ଦଙ୍କ ମାଆ ସରୋଜିନୀ ଷଡଙ୍ଗୀ(୯୦)ଙ୍କ ଗୁରୁବାର ରାତ୍ରରେ ପରଲୋକ ଘଟିଛି । ସେ ବୟସାଧିକ କାରଣରୁ ବିଭିନ୍ନ ରୋଗରେ ପିଡିତ ଥାଇ କିଛିଦିନ ପୂର୍ବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସିତ ହେବା ପରେ କଟକସ୍ଥିତ କସରତା ଗ୍ରାମ ଘରେ ରହି ଆସୁଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଅମ୍ବିକା ଷଡଙ୍ଗୀ,ବରଦା ଷଡଙ୍ଗୀ, ସାରଦା ଷଡଙ୍ଗୀ, ଭବାନୀ ଷଡଙ୍ଗୀ ଏବଂ ଏକମାତ୍ର କନ୍ୟା ରୁଦ୍ରାଣୀ ନନ୍ଦ ଉପସ୍ଥିତ ଥିଲେ । ପରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଦାହ କରାଯାଇଥିଲା । ଅମ୍ବିକା ପ୍ରସାଦ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ସରୋଜିନୀ ଜଣେ ସ୍ନେହୀ, ପରୋପକାରୀ ଭାବେ ବେଶ ଜଣାଶୁଣା ଥିଲେ । ଖବରପାଇ ଭୁବନେଶ୍ୱର କଳିଙ୍ଗ ସେନାର ସୁପ୍ରିମୋ ହେମନ୍ତ ରଥ, ଅର୍ଦ୍ଧେନ୍ଦୁ ଶେଖର ଷଡଙ୍ଗୀ, ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ଆମ ପରିବାରର ସମ୍ପାଦକ ସତ୍ୟବ୍ରତ ଜେନା ପ୍ରମୁଖ ଶୋକବକ୍ତ୍ୟ କରିଛନ୍ତି । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.