ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ନୂଆବଜାର ଗାନ୍ଧୀପଡ଼ିଆ ଠାରେ ଉତର ଓଡ଼ିଶା ଶାକଦ୍ୱୀପୀ ବ୍ରାହ୍ମଣ ପରିଷଦର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପଦେଷ୍ଟା ଶ୍ରୀ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମସ୍ତ କାର୍ଯ୍ୟକର୍ତା ଯୋଗଦେଇ ଉତ୍କଳୀୟ ଶାକଦ୍ୱୀପୀ ବ୍ରାହ୍ମଣ ପରିଷଦର ଉତରୋତର ଉନ୍ନତି ଉପରେ ଆଲୋଚନା କରିଥିଲେ। ସଭାରେ ନବନିର୍ବାଚିତ କାର୍ଯ୍ୟକର୍ତାମାନଙ୍କର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ନାୟକ, ଉପସଭାପତି ବାସୁକୃଷ୍ଣ ନାୟକ, କାର୍ଯ୍ୟକାରୀ ସଭାପତି କୈଳାଶ ନାୟକ, ମଣିଶଙ୍କର ନାୟକ, ସାଧାରଣ ସମ୍ପାଦକ ଦୁଃଶାସନ ଗ୍ରହାଚାର୍ଯ୍ୟ, ସହ ସମ୍ପାଦକ ନଗେନ୍ ନାୟକ, ସଙ୍ଗଠନ ସମ୍ପାଦକ ପ୍ରଶାନ୍ତ ଗ୍ରହାଚାର୍ଯ୍ୟ, ନିତ୍ୟାନନ୍ଦ ନାୟକ, କୋଷାଧ୍ୟକ୍ଷ ବିଦ୍ୟାଧର ଗ୍ରହାଚାର୍ଯ୍ୟ, ସଂଯୋଜକ ଧର୍ମାନନ୍ଦ ମହାପାତ୍ର, ଶାକଦ୍ୱୀପୀ ମହାସଂଘର ରାଜ୍ୟ ଉପସଭାପତି ରଙ୍ଗାଧର ମହାପାତ୍ର, ସଂଘର ଉପଦେଷ୍ଟା ତଥା ଆକାଶବାଣୀ ସାମ୍ବାଦଦାତା ଅଶୋକ କୁମାର ନାୟକ, ବରିଷ୍ଠ ସଦସ୍ୟ ସର୍ବଶ୍ରୀ ସୁରେନ୍ଦ୍ର ମହାପାତ୍ର, ହରିହର ନାୟକ, ରବିନ୍ଦ୍ର ନାୟକ, ଅଶୋକ ମହାପାତ୍ର, ସୁଧାଂଶୁ ଶେଖର ନାୟକ, ଜଗନ୍ନାଥ ନାୟକ, ଲକ୍ଷ୍ମୀକାନ୍ତ ଗ୍ରହାଚାର୍ଯ୍ୟ, ମନମୋହନ ନାୟକ, ବିକାଶ ନାୟକ, ପିତାମ୍ବର ଗ୍ରହାଚାର୍ଯ୍ୟ, ନୃସିଂହ ଚରଣ ନାୟକ, ମନୋଜ ନାୟକ, କୈଳାଶ ଚନ୍ଦ୍ର ନାୟକ, ହେମନ୍ତ କିଶୋର ନାୟକ, ବଳରାମ ନାୟକ, ସୁଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକର୍ତା ଭାବେ ଶପଥ ନେଇଥିଲେ। ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଗୟାଧର ଗ୍ରହାଚାର୍ଯ୍ୟ ଓ ପୂର୍ଣ୍ଣଚନ୍ଦ୍ର ଗ୍ରହାଚାର୍ଯ୍ୟ ସଭା ପରିଚାଳନା କରିଥିଲେ।








